ସ୍ଲାଗରୁ ବାହାରୁ ଥିବା ଲୁହାକୁ ବିକ୍ରି କରୁଛନ୍ତି ଦଲାଲ

1 min read

ରାଉରକେଲା: ଇସ୍ପାତ କାରଖାନାରୁ ବାହାରୁଥିବା ସ୍ଲାଗକୁ କରାଯାଉଛି ଚୋରା ଚାଲାଣ । ସ୍ଲାଗରୁ ବାହାରୁ ଥିବା ଲୁହାକୁ ବହାରେ ବିକ୍ରି କରୁଛନ୍ତି ଦଲାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ଶିତଳପଡ଼ା ଅଞ୍ଚଳରେ । ସୂଚନା ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରୁ ବାହାରୁଥିବା ସ୍ଲାଗକୁ କର୍ତ୍ତୃପକ୍ଷ ରାଉରକେଲା ସହରର ଶିତଳପଡାଠାରେ ରଖିଥାନ୍ତି ।

ସ୍ଲାଗ ରଖାଯାଇଥିବା ସ୍ଥାନକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ନିଶିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି । ଏହାସହ ଏହି  ସ୍ଲାଗକୁ ନେବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ କାହାକୁ ଅନୁମତି ମଧ୍ୟ ଦେଇନାହାନ୍ତି । କିନ୍ତୁ କିଛି ଦଲାଲ ଦୈନିକ ଶହଶହ ଟ୍ରିପ ସ୍ଲାଗର ଚୋରା ଚାଲାଣ କରୁଛନ୍ତି ।

ଚୋରା ଚାଲାଣ କାରବାରରେ ଅସାମାଜିକ ବ୍ୟକ୍ତି ସାମିଲ ରହିଥିବାବେଳେ ବିଭିନ୍ନ ସମୟରେ ଆତଙ୍କରାଜ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏନେଇ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ')}

Leave a Reply