ଅମାନିଆଙ୍କୁ ହେଲମେଟ ଛାଟ୍, ୬ ଶହ DL ରଦ୍ଦ

Rourkela RTO Collected 10 Lakh Fine In 13 Days For Not Wearing helmet

ରାଉରକେଲା: ବଦଳାଇ ନିଅନ୍ତୁ ଅଭ୍ୟାସ । ଘରୁ ବାହାରୁଥିଲେ ଦୁଇ ଚକିଆ ଗାଡ଼ି ଚଢ଼ିବା ପୂର୍ବରୁ ପିନ୍ଧି ନିଅନ୍ତୁ ହେଲମେଟ୍ । ନହେଲେ ରାସ୍ତାରେ କଟିବ ଚାଲାଣ । ରଦ୍ଦ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ, ଭରିବାକୁ ପଡ଼ିବ ଜରିମାନା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ଗାଡ଼ି ଚେକିଂକୁ କଡ଼ାକଡ଼ି କରାଯାଇଛି । ରାଉରକେଲା ସହରରେ କାଗଜପତ୍ର ଯାଞ୍ଚକୁ ଜୋରଦାର କରିଛି ପରିବହନ ବିଭାଗ ।

Rourkela RTO Collected 10 Lakh Fine In 13 Days For Not Wearing helmet

ରାଉରକେଲା ସହରର ପ୍ରାୟ ଛକ ସ୍ଥାନରେ ପାଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍‌ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି । ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକମାନେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି । ହେଲ୍‌ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିସ୍‌ କରାଯାଇଛି । ୧୩ ଦିନରେ ୧୦ ଲକ୍ଷ ଟଙ୍କାର ଫାଇନ୍ କଟା ଯାଇଥିବା ବେଳେ ୬ ଶହ ଲାଇସେନ୍ସ ରଦ୍ଦ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ କହିଛି ।

Rourkela RTO Collected 10 Lakh Fine In 13 Days For Not Wearing helmet

ଅନ୍ୟପଟେ ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ହେଲମେଟ ନପିନ୍ଧି ବାଇକ୍ ଚଳାଉଛନ୍ତି । ଏପରିସ୍ଥଳେ ଦୁର୍ଘଟଣା ଘଟିଲେ ଚାଳକ ସହ ପଛରେ ବସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି । ଅନେକ ସମୟରେ ପ୍ରାଣହାନୀ ଘଟୁଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପିଲିଅନ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି । ଦୁଇ ଚକିଆ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି (ପିଲିଅନ୍) ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ ତ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରି ଦିଆଯିବ ।

Leave a Reply