ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ନିଆଁ ଲାଗି ଜଳିଗଲା ଦୋକାନ ଘର, ଦୁର୍ଘଟଣା ପରେ ବାଇକ୍‌ରେ ଲାଗିଲା ନିଆଁ

ରାଉରକେଲା/ରାୟଗଡ଼ା: ରାଉରକେଲା ସହରର ଆଇଟିଆଇ ଛକ ନିକଟରେ ନିଆଁ ଲାଗି ୧୦ଟି ଦୋକାନ ଜଳି ଯାଇଛି । ଅଗ୍ନିକାଣ୍ଡରେ ଗ୍ୟାରେଜରେ ଥିବା ୩ଟି କାର ମଧ୍ୟ ପୋଡ଼ି ଯାଇଛି । ଖବର ପାଇ ଅଗ୍ନିଶମ ସେବା କର୍ମଚାରୀ ଓ ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ଫଳରେ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଜଳି ଯାଇଛି ଦୁଇ ବାଇକ । ରାୟଗଡ଼ା ଜିଲ୍ଲା ସେସଖାଳ ଥାନା ଜମାଦେଇ ପେଣ୍ଠ ନିକଟ ଏସାର ପେଟ୍ରୋଲ ପମ୍ପ ରାସ୍ତା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ପରେ ନିଆଁ ଲାଗି ଯାଇଛି । ଗତ କାଲି ରାତିରେ ଦୁଇ ବାଇକ ଦ୍ରୁତ ଗତିରେ ଯାଉଥିବାବେଳେ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ବାଇକରେ ନିଆଁ ଲାଗି ଜଳିଯାଇଛି । ଦୁଇ ବାଇକ ଚାଳକ ଜମାଦେଇ ପେଣ୍ଠ ଗାଁ ନିକଟର ବୋଲି ଜଣାପଡିଛି ଓ ଏହି ଦୁର୍ଘଟଣା ପରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଯୁବକମାନେ ନିଆଁକୁ ଆୟତ କରିଥିବା ବେଳେ ସେସଖାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସକିଆ ଡାକ୍ତର

Leave a Reply