କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା: ବ୍ୟାରିକେଡ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

ରାଉରକେଲା: ସୁଧୁରୁ ନାହାଁନ୍ତି ଅମାନିଆ । ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ରେ ପୁଣି ଉତ୍ତେଜନା । ବ୍ୟାରିକେଡ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ । ଘଟଣାସ୍ଥଳରେ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏବଂ ଏହାର ମୁକାବିଲା ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । କିନ୍ତୁ କେତେକ ଅମାନିଆଙ୍କ ପାଇଁ ସବୁ ପ୍ରକାର ପ୍ରୟାସ ବିଫଳ ହେଉଛି । ଏମିତି ଏକ ଘଟଣା ରାଉରକେଲାରେ ଦେଖା ଦେଇଛି । କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା ଏହାର ଜ୍ୱଳନ୍ତ ଉଦାହରଣ ।

ଉତ୍ତ୍ୟକ୍ତ ଲୋକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଛନ୍ତି । ରାସ୍ତାରେ ଯାଉଥିବା ଲୋକଙ୍କୁ ବି ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏସ୍‌ପି ଏବଂ ଡିଆଇଜି ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । କଣ୍ଟେନମେଣ୍ଟ ଅଞ୍ଚଳର କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ଏହି ଉତ୍ତେଜନା କରୁଛନ୍ତି । ଏବଂ ଅନ୍ୟପଟେ ଏହି କଣ୍ଟେନମେଣ୍ଟ ଜୋନର ଆଉ କିଛି ଲୋକ ଏହି ଉତ୍ତେଜନାକୁ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରୁଛନ୍ତି ।

Leave a Reply