କରୋନା ସଂକ୍ରମିତ ଚିହ୍ନଟ ପରେ ଅନ୍‌ଲାଇନ୍‌ରେ ହେବ ପରୀକ୍ଷା

1 min read
rourkela-nit-online-exam

ରାଉରକେଲା: ଏନଆଇଟିରେ ଗତକାଲି ୭ ଜଣ ଛାତ୍ର ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନଲାଇନରେ ପରୀଷା କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଏନଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି । ଏହାସହ ଲଗାତର ୩ ଦିନ ଧରି ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କୋଭିଡ ଟେଷ୍ଟ ପରେ ହଷ୍ଟେଲ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।  ଏନଆଇଟିରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନଲାଇନରେ ପରୀଷା କରିବାକୁ ଛାତ୍ରଛାତ୍ରୀ ଏନଆଇଟି ନିର୍ଦ୍ଦେଶକ ଓ ରେଜିଷ୍ଟ୍ରାରଙ୍କ ନିକଟରେ ଦାବି କରିଥିଲେ । ପ୍ରଶାସନ ପକ୍ଷରୁ ଏନଆଇଟି କ୍ୟାମ୍ପସରେ କୋଭିଡ କଟକଣା କଡାକଡି କରାଯିବା ସହ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ପୂର୍ବରୁ ୩ଜଣ ଛାତ୍ର କରୋନା ଆକ୍ରନ୍ତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା: ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner