ଦିଲ୍‌ସାଦ ଖାନ୍‌ ହତ୍ୟାକାଣ୍ଡ ମାମଲା: ୯ଜଣଙ୍କୁ ଗରଫ ପରେ ଆଉ ୪ଜଣଙ୍କୁ ଅଟକ ରଖିଲା ପୋଲିସ୍

ରାଉରକେଲା: ରାଉରକେଲା ଦିଲ୍‌ସାଦ ଖାନ୍‌ ହତ୍ୟା ମାମଲାରେ ଆଉ ୪ଜଣଙ୍କୁ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗତ ୧୨ ତାରିଖରେ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଜଣେ ଷଡ଼ଯନ୍ତ୍ରକାରୀ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ଗୋପନ ସ୍ଥାନରେ ଜେରା କରାଯାଉଛି ।

ଗତ ୭ ତାରିଖ ରାତିରେ ରାଉରକେଲା ସହରର ନାଲାରୋଡ୍‌ ଅଞ୍ଚଳର ଦିଲ୍‌ସାଦ ନିଜ ସହଯୋଗୀଙ୍କ ସହ ପାର୍କରେ ବସିଥିବା ବେଳେ ୧୫ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଆକ୍ରମଣରେ ଦିଲ୍‌ସାଦ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ଇସ୍ଵାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡରେ ୧୫ରୁ ଅଧିକ ଦୁର୍ବୃତ୍ତ ସାମିଲ୍‌ ଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତାଙ୍କୁ  ଲୁହାରଡ୍‌ ଓ ଲାଠିରେ ପିଟି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣା ପଡିଥିଲା ।

ରାଉରକେଲା ରାସ୍ତାକୁ ଏତେ ଲୋକ ଆସିଲେ କେମିତି ? ଏସପିଙ୍କ ବଦଳି ଚାହୁଁଛି ଓକିଲ ସଂଘ

ଏହାର ଦିନକ ପରେ ଅର୍ଥାତ୍‌ ୮ତାରିଖ ସଂଧ୍ୟାରେ ହଜାର ହଜାର ଲୋକ ମୃତ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଯାହାକୁ ନେଇ ବିଭିନ୍ନ ବାଦ ବିବାଦ ଦେଖା ଦେଇଥିଲା । କରୋନାକୁ ନେଇ ଦେଶବ୍ୟାପି ଲକଡାଉନ୍ ଚାଲିଥିବା ବେଳେ ଶବ ଶୋଭାଯାତ୍ରାକୁ ନେଇ ପୋଲିସ ଉପରୁ ଆଙ୍ଗୁଠି ଉଠିଥିଲା ।

Leave a Reply