ରାଉରକେଲା ସରକାରୀ ଡାକ୍ତରଖାନାର ମ୍ୟାନେଜର ମୋହିତ କୁମାର ବହିଷ୍କାର

1 min read

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାର ମ୍ୟାନେଜର ମୋହିତ କୁମାରଙ୍କୁ ବହିଷ୍କାର କରାଯାଇଛି। ବହିଷ୍କାର କରିଛନ୍ତି ଓଡିଶା ମିଶନ ଡାଇରେକ୍ଟର। ଡାକ୍ତରଖାନାରେ ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ ଓ ସଫେଇ କାର୍ଯ୍ୟରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ରିପୋର୍ଟକୁ ଆଧାର କରି ହସ୍ପିଟାଲ ମ୍ୟାନେଜରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ P & IM  ବିଭାଗର ସିନିୟର କନସଲଟାଣ୍ଟ ପ୍ରୀୟଦର୍ଶୀ ଦାସ,  NHMର ଷ୍ଟେଟ ଫାଇନାନ୍ସ ମ୍ୟାନେଜର ମଳୟ କୁମାର ପାଣିଗ୍ରାହୀ ଓ NHMର HR କନସଲଟାଣ୍ଟ ଅଜିତ କୁମାର ବିଶ୍ବାଳ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଲଣ୍ଡ୍ରୀରେ ଆବଶ୍ୟକତାଠାରୁ ଅଧିକ ବିଲ ହୋଇଥିବା ବେଳେ ସିକ୍ୟୁରିଟି, ଆଟେଣ୍ଡାନ୍ସ  ମଧ୍ଯ ଅଧିକ ବିଲ ହୋଇଛି।

ସେହିପରି ମର୍ଗ ହାଉସ ଯନ୍ତ୍ରାଂଶ ହେରଫେର ଓ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ସବ କମିଟି ତଦନ୍ତରୁ ସ୍ପଷ୍ଟ ହୋଇଛି । ଘଟଣା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି ।