ରାଉରକେଲା ବନ ବିଭାଗର ସ୍ବତନ୍ତ୍ର ଡ୍ରାଇଭ୍, ସାବାଡ଼ ହେବେ ବନ୍ଯଜନ୍ତୁ ମାଫିଆ

ରାଉରକେଲା : ସାବାଡ଼ ହେବେ ବନ୍ଯଜନ୍ତୁ ମାଫିଆ । ରାଉରକେଲା ବନ ବିଭାଗର ସ୍ବତନ୍ତ୍ର ଡ୍ରାଇଭ୍ । ୱାଇଲ୍ଡ ଲାଇଫ କଣ୍ଟ୍ରୋଲ ବ୍ଯୁରୋକୁ ଦାୟିତ୍ବ । ରାଉରକେଲା ବନଖଣ୍ଡରେ ଥିବା ବିଭିନ୍ନ ଜଙ୍ଗଲରୁ ଶୁଆ ସାଵକକୁ ଧରି ରାଜ୍ୟ ଓ ରାଜ୍ୟ ବାହରକୁ ହେଉଛି ଚୋରା ଚାଲାଣ । ଗତ ୭ ତାରିଖ ସନ୍ଧ୍ୟାରେ ରାଉରକେଲା ଏବଂ ରାଞ୍ଚି ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ମାମଲାରେ ମୁନା ସାହୁକୁ ବନ୍ଧମୁଣ୍ଡା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ୯୪ ଟି ଶୁଆକୁ ନେଇ ଝାରଖଣ୍ଡରେ ବିକିଥିଵା ଵନ ବିଭାଗ ତଦନ୍ତରୁ ଜଣାପଡିଛି । ଆନ୍ତରାଜ୍ୟ ରାକେଟ ବିଷୟରେ ଅଧିକ ପଚରା ଉଚୁରା କରାଯିବା ସହ ଅଧିକ ତଦନ୍ତ ପାଇଁ ଓ୍ବାଇଲଡ ଲାଇଫ କ୍ରାଇମ କଣ୍ଟ୍ରୋଲ ଵ୍ୟୁରୋକୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ରାଉରକେଲା ଡିଏଫଓ ସୂଚନା ଦେଇଛନ୍ତି ।

ଗତ ଜାନୁଆରୀ ୨୩ ତାରିଖ ଓ ୨୯ ତାରିଖ ଚଢାଉ କରି ମାଫିଆଙ୍କ ନିକଟରୁ ୧୨୮ ଟି ଶୁଆ ଶାଵକ ଜଵତ କରାଯାଇଥିଲା । ଶୁଆ ଚୋରା ଚାଲାଣ କରୁଥିଵା ରାକେଟର ୩ଜଣଙ୍କୁ ରାଉରକେଲା ଵନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବନ୍ଧମୁଣ୍ଡା ଅଞ୍ଚଳରୁ ଗିରଫ ହୋଇଥିବା ମୁନା ସାହୁ ନିକଟରୁ ପୁର୍ବରୁ ୮୮ ଟି ଶୁଆ ସାଵକ ଜଵତ କରାଯାଇଥିଲା । କିଛି ମାଫିଆ ଜଙ୍ଗଲରୁ ଶୁଆ ଶାଵକ ସଗ୍ରହ କରି  ଭୁବନେଶ୍ୱର, କଟକ ସମ୍ବଲପୁର, ରାଞ୍ଚି କୋଲକତା ସହିତ ବିଭିନ୍ନ ସହରକୁ ଚୋରା ଚାଲାଣ କରୁଥିବା ଵନ ଵିଭାଗ ତଦନ୍ତରୁ ଜଣାପଡିଛି । ୫ଶହ ଟଙ୍କାରୁ ୧୦ ହଜାର ଟଙ୍କାରେ ମାଫିଆମାନେ ଶୁଆଙ୍କୁ ବିକ୍ରି କରୁଥିବା ଵନ ଵିଭାଗ ତଦନ୍ତରୁ ଜଣାପଡିଛି । ତେଣୁ ମାଫିଆଙ୍କୁ ଧରିବାକୁ ବନ ବିଭାଗ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ । ମାଫିଆଙ୍କ ନିକଟରୁ ଜଵତ ହେଉଥିବା ଶୁଆ ଶାବକଙ୍କୁ ଉପଯୁକ୍ତ ଖାଦ୍ୟ ପାନୀୟ ଦେଇ ବଞ୍ଚାଇ ରଖାଯିବା ପରେ ଜଙ୍ଗଲରେ ଉଡାଇ ଦିଆଯାଉଥିବା ଵନ ଵିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।