ରାଉରକେଲା ସହରରେ ପୁଣି ଫୁଟିଲା ଗୁଳି

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ପୁଣି ଫୁଟିଲା ଗୁଳି । ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି।ଗୁଳି ମାଡ଼ରେ ବିଜୟ କୁମାର ଲାକ୍ରା ନାମକ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ବିଜଯଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ଯୁବକ କାରରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲିଘାଟ ବ୍ୟବସାୟକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅତିରିକ୍ତ ଏସପି, ଡିଏସପିଙ୍କ ସହ ସେକ୍ଟର ତିନି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିମାଡରେ ଭୟଭୀତ ହୋଇ ପଡିଥିବା ଯୁବକଙ୍କ କାର ଏକ ପାଚେରୀରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଳିକାଣ୍ଡକୁ ନେଇ ସ୍ଥାନୀୟଲୋକେ ଭୟଭୀତ ହୋଇ ରହିଛନ୍ତି।