ରାଉରକେଲାରେ ୭୧୨ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ
ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଜିଏସଟିକୁ ନେଇ ବଡ଼ ଘୋଟାଲା । ହଜାରେ କି ଦୁଇ ହଜାରେ ନୁହେଁ । ଏକା ଥରକରେ ୭୧୨ କୋଟି ଟଙ୍କାର ଜାଲ ବିଲ ରାକେଟର ବର୍ଦ୍ଦାଫାଶ ହୋଇଛି । ଜାଲ ବିଲ ମାଧ୍ୟମରେ ଷ୍ଟିଲସିଟି ରାଉରକେଲାରେ ୧୨୯.୦୯ କୋଟି ଟଙ୍କାର ଜିଏସଟି ଠକେଇର ଫର୍ଦ୍ଦାଫାସ । ଘଟଣାରେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଶ୍ରୀ କାଶ୍ମୀରା ଅଗ୍ରୱାଲଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ।
ଓଡ଼ିଶା ଜିଏସଟି ଆଇନ ୨୦୧୭ ଧାରା ୧୩୨(୧) (କ) ଏବଂ (ଖ) ଏବଂ ୧୩୨ (୪) ଅନୁଯାୟୀ ଜାମିନ ବିହିନ ଧର୍ତ୍ତବ୍ୟ ଅବରାଧ ପାଇଁ ଗିରଫ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ଏନଫୋର୍ସମେଣ୍ଟ ବିଭାଗ ଏହି ରାକେଟର ଅନ୍ୟ ଅପରାଧୀମାନଙ୍କୁ ଗିରଫ ରକିଛି । କାଶ୍ମୀରାଙ୍କ ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ ବ୍ୟବସାୟିକ ପ୍ରତିଷ୍ଠାନରେ ଏକ ସମୟରେ ଚଢାଉ କରିଥିଲା ଜିଏସଟି ଟିମ୍ ।
ଚଡ଼ାଉ ସମୟରେ କାଶ୍ମୀରାଙ୍କ ଠାରୁ ଜବତ ରବର ଷ୍ଟାମ୍ପ, ବ୍ୟାଙ୍କ ପାସବୁକ ଓ ଅନ୍ୟ କାଗଜ ପତ୍ରରୁ ଭୂତ ଅନୁଷ୍ଠାନ ନାଆଁରେ ବେଆଇନ କାରବାରର ସୁରାକ ମିଳିଥିଲା । ତେବେ ଏସବୁ ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଅନୁସନ୍ଧାନରୁ ଜଣପଡ଼ିଛି । ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା ବେଳେ, ୭୧୨ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ ହୋଇଥିଲା ।