କରୋନା ଚିହ୍ନଟ ପରେ ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍‌

ରାଉରକେଲା: ନାଲା ରୋଡ୍‌ ଅଞ୍ଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ସେପଟେ ଏହି ଅଞ୍ଚଳରେ ୮୫ଟି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରକ୍ତ ନମୂନା ସଂଗ୍ରହ କରାଯାଇଛି ।

ଗତକାଲି ୪୨ଟି ନମୂନା ନେଗେଟିଭ୍‌ ରିପୋର୍ଟ ଆସିଥିବା ବେଳେ ଆଜି ଆଉ ୬୪ଟି ରକ୍ତ ନମୂନା ଟେଷ୍ଟ ପାଇଁ ପଠାଯାଇଛି । ଏହା ସହିତ ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଉଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ନିକଟକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି ।  ଡ୍ରୋନ୍‌ ମାଧ୍ୟମରେ ଏହି ଅଞ୍ଚଳ ଗୁଡିକ ଉପରେ କଡା ନଜର ରଖାଯାଇଛି ।

ସେପଟେ ଦେବଗଡ଼ରେ ଜଣେ କରୋନା ପଜିଟିଭ ଆସିବା ପରେ ୭ଟି ଗାଁକୁ କରୋନା କଣ୍ଟେନମେଣ୍ଟ ଜୋନରେ ଘୋଷଣା କରାଯାଇଛି । ଯୁବକ ଜଣକୁ ରାଉରକେଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ କାହା କାହା ସହ ମିସିଛନ୍ତି ତାଙ୍କର ସେହି ତଥ୍ୟ ଖୋଜା ଚାଲିଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply