ସ୍ୱାବଲମ୍ୱୀ କରିଛି ଗୋଲାପ ଚାଷ: ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଚାଷୀ

ସମ୍ୱଲପୁର: ଗୋଲାପ ଫୁଲ ଚାଷ କରି ସ୍ୱାବଲମ୍ୱୀ ତିନି ଚାଷୀ । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳ ଚାଷୀ ବନିଛନ୍ତି ଧର୍ମନାରାୟଣ ଓ ତାଙ୍କ ସାଥୀ । ଚାଷ ପାଇଁ ସମ୍ବଲପୁର ଜିଲ୍ଲା ଉଦ୍ୟାନ ବିଭାଗ ସହଯୋଗ କରୁଥିବା ବେଳେ ବର୍ଷକୁ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଚାଷୀ । ଆଉ ଚାଷ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି ।

ଗୋଲାପର ଗାଁ ସନାତନପାଲି । ପରିଚୟ ଦେଉଛି ଗୋଲାପ ଫୁଲ ଚାଷ । ଆତ୍ମନିର୍ଭର ହେଉଛନ୍ତି ଚାଷୀ । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଗୋଲାପ ଫୁଲ ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି ସମ୍ବଲପର ଜିଲ୍ଲା ସନାତନପାଲିର ଧର୍ମନାରାୟଣ ପ୍ରଧାନ । ନିଜସ୍ୱ ସ୍ୱଳ୍ପ ଜମିରେ ଗୋଲାପ ଚାଷ କରି ବର୍ଷକୁ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରୁଛନ୍ତି । ଏହା ସହ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ଗୋଲାପ ଚାଷ ପ୍ରତି ଯୁବକଙ୍କୁ ଆକୃଷ୍ଟ କରୁଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପୁରସ୍କୃତ କରିଛି ।

ଆଧୁନିକ ପ୍ରଣାଳୀରେ ଗୋଲାପ ଚାଷ କରୁଛନ୍ତି ଧର୍ମପରାୟଣ ଏବଂ ତାଙ୍କ ସାଥି । ଏଥିପାଇଁ ଉଦ୍ୟାନ କୃଷି ବିଭାଗ ଉନ୍ନତମାନର ଚାରା ମାଗଣାରେ ଯୋଗାଇ ଦେଉଛି । ମାତ୍ର କରୋନା ପାଇଁ ବେପାର ସାମାନ୍ୟ ମାନ୍ଦ ହୋଇଥିଲେ ମଧ୍ୟ ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ୫୦ ପ୍ରତିଶତ ସବ୍‌ସିଡି ଚାଷୀ ଦିଆଯାଇଛି ବୋଲି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ: ୨ରୁ୩ ଡିଗ୍ରୀ କମିବ ତାପମାତ୍ରା

Leave a Reply