ପୁରୀରେ ଅଘଟଣ, ଭୁଶୁଡ଼ିପଡ଼ିଲା ନିର୍ମାଣଧୀନ ଛାତ

ପୁରୀ: ପୁରୀ ମଶାଣିଚଣ୍ଡୀ ଛକ ନିକଟରେ ଅଘଟଣ । ଭୁଶୁଡ଼ିପଡ଼ିଲା ନିର୍ମାଣଧୀନ ଛାତ । ନିର୍ମାଣାଧୀନ ଛାତ ତଳେ ୫ ଶ୍ରମିକ ପୋତି ହୋଇ ଯାଇଥିବାବେଳେ ସେମାନଙ୍କୁ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ।  ଏବେ ବି ଜଣେ ଶ୍ରମିକ ଭଙ୍ଗା ଛାତ ତଳେ ପୋତି ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସନ୍ଧ୍ୟାରେ ଘଟିଛି ଘଟଣା ।

ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଛାତ ତଳେ ଚାପି ହୋଇ ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି  । ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି  । ମିଳିଥବା ସୂଚନା ମୁତାବକ ଛାତ କାର୍ଯ୍ୟରେ  ବ୍ୟବହୃତ ବହ୍ଲା ବା କାଠ ଗୁଡିକ ଦୁର୍ବଳ ରହିଥିଲା  । ଯଦ୍ୱାରା ଛାତଟି ଭୁଷୁଡ଼ି ପଡ଼ିଥିଲା  ।