ଛାତିର ଏପଟ ସେପଟ ହୋଇ ପଶିଗଲା ୪୦ ଫୁଟର ଦୁଇଟି ଲୁହା ରଡ, ୫ ଘଣ୍ଟାର ଅପରେସନ ପରେ ବଞ୍ଚିଲା ଜୀବନ

1 min read

ହରିୟାଣା: ରଖେ ହରି ତ ମାରେ କିଏ। ଯଦି ଯମପୁରରୁ ଡାକରା ଆସିନି ତେବେ ଯେତେ ବଡ଼ ଦୁର୍ଘଟଣା ହେଇଥିଲେ ମଧ୍ୟ ବଞ୍ଚିବାଟା ସୁନିଶ୍ଚିତ। କଥାରେ ମଧ୍ୟ ଆଉଗୋଟିଏ ଲେଖା ଅଛି କି ଜୀବନ ନେବା ଠାରୁ ଜୀବନ ଦେବା ହେଉଛି ମହାନକାର୍ଯ୍ୟ। ବୋଧହୁଏ ସେଥିପାଇଁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନଙ୍କ ରୂପ ଦିଆଯାଇଛି। ଆଉ ଏହାକୁ ପ୍ରମାଣିତ କରିଛନ୍ତି PGIMS ରୋହତକର ଡାକ୍ତରମାନେ। ଡାକ୍ତରମାନେ ଶନିବାର ଦିନ ବହୁତ କଷ୍ଟଦାୟକ ଅସ୍ତ୍ରୋପଚାର କରି ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି।

ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଏକ ଜଟିଳ ଅପରେସନ୍ ପରେ ଯୁବକଟିର ଶରୀରରୁ ଦୁଇଟି ଖଣ୍ଡ ଲୁଆ ରଡ଼କୁ ବାହାର କରାଯାଇଥିଲା। ଅପରେସନ୍‌ ପରେ ବର୍ତ୍ତମାନ ଯୁବକର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତରମାନେ କହିଛନ୍ତି। ସେପଟେ ଯୁବକଙ୍କର ପରିବାର ଲୋକେ ଡାକ୍ତରି ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଥିଲା ହରିୟାଣାର ଗନୌରରେ।

ଗନୌରରେ ଜଣେ ଜଣେ ବେପାରି ତାର ଗାଡ଼ିରେ ଲୁହା ରଡ ନେଇ ଯାଉଥିବା ସମୟରେ ଜଣେ ଯୁବକକୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇଟି ଲୁହା ରଡ ଯାଇ ଯୁବକର ଛାତିରେ ଭେଦ କରିଥିଲା। ଯୁବକର ନାମ ହେଉଛି କର୍ଣ୍ଣ। ଲୁହାର ରଡର ଲମ୍ଭ ପ୍ରାୟ ୪୦ ଫୁଟ ହେବ। କର୍ଣ୍ଣଙ୍କର ପରିବାର ଲୋକ ସୂଚନା ପାଇବା ପରେ ତୁରନ୍ତ ଖାନପୁର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ରୋହତକ PGI ରେଫର୍ କରିଥିଲେ।

ଏହାପରେ ରାତାରାତି ଆରମ୍ଭ ହୋଇଥିଲା ଅପରେସନ୍‌। ଡାକ୍ତରମାନେ ଏକ କଟର ମେସିନ୍ ସାହାଯ୍ୟରେ ରଡକୁ କାଟି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅପରେସନ ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ ବିପଦରୁ ମୁକ୍ତ ରହିଛନ୍ତି।

Leave a Reply