ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସୁସ୍ମିତାଙ୍କ ବୟଫ୍ରେଣ୍ଡ

1 min read

ମୁମ୍ୱାଇ : ମିସ୍ ଇଣ୍ଡିଆର ବିଜେତା ସୁସ୍ମିତା ସେନ ୪୬ ବର୍ଷରେ ପାଦ ଥାପିଛନ୍ତି । ୧୯୯୪ ମସିହାରେ କେବଳ ୧୮ ବର୍ଷ ବୟସରେ ସେ ଫେମିନା ମିସ୍ ଇଣ୍ଡିଆର ବିଜେତା ହୋଇଥିଲେ । ଆଜି ୪୬ତମ ଜନ୍ମଦିବସରେ ସୁସ୍ମିତାଙ୍କ ବୟଫ୍ରେଣ୍ଡ ରୋହମନ୍ ଶେହୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୋହମନ୍ ନିଜ ଇନଷ୍ଟା ଆକାଉଣ୍ଟରେ ଉଭୟଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ ଏହି ଫଟୋରେ ‘ ହାପି ବାର୍ଥ ଡେ ବାବୁସ୍’ ବୋଲି ଲେଖିଛନ୍ତି । ରୋହମନ୍ ସୁସ୍ମିତାଙ୍କୁ ସ୍ନେହରେ ‘ବାବୁସ୍’ ବୋଲି ସମ୍ୱୋଧନ କରନ୍ତି । ଏହି ଫଟୋରେ ଫ୍ୟାନ୍ସମାନେ ସୁସ୍ମିତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଉଭୟେ କପଲ୍ କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖାଯାଉଛନ୍ତି । ଉଭୟ ପରସ୍ପରଙ୍କୁ ଡେଟ୍ କରୁଥିବା ସମୟରେ ଏହି ଫଟୋଟି ଉଠାଇଥିବାର କୁହାଯାଉଛି ।

କହିରଖୁ କି ରୋହମ୍ ଏବଂ ସୁସ୍ମିତାଙ୍କ ମଧ୍ୟରେ ୧୫ ବର୍ଷର ଅନ୍ତର ଥିବାବେଳେ ଉଭୟ ନିଜ ସମ୍ପର୍କ ଇନଷ୍ଟାଗ୍ରାମରେ ଛାଡ଼ିବା ପରେ ୟୁଜର୍ସଙ୍କୁ ଖୁବ୍ ପସନ୍ଦ ଆସିଥିଲା । ୨୦୧୮ରେ ଇନଷ୍ଟା ଅଫିସିଆଲରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା । ସୁସ୍ମିତାଙ୍କ ଦୁଇ ଝିଅ ରେନେ ଏବଂ ଆଲିସା ଉଭୟଙ୍କ ସହ ରୋହମନଙ୍କର ଖୁବ୍ ଭଲ ସମ୍ପର୍କ ଗଢ଼ିଉଠିଛି ବୋଲି ସେ କହିଥିଲେ ।

ସୁସ୍ମିତା ବର୍ତ୍ତମାନ ସମୟରେ ନିଜ ୱେବ୍ ସିରିଜ୍ ‘ଆରୟା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆରୟା ୱେବ୍ ସିରିଜ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିବା ପରେ ଏହାର ସିଜିନ୍-୨ ଆସିଛି । ବର୍ତ୍ତମାନ ଏହାର ଏକ ଟିଜରରେ ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ କୁହାଯାଉଛି ‘ସେରନୀ ଇଜ୍ ବ୍ୟାକ୍’ । ସୁସ୍ମିତା ଅନେକ ହିନ୍ଦୀ ଚଳଚ୍ଚିତ୍ର କରିଥିବା ବେଳେ ଚମତ୍କାର ଅଭିନୟ କରିଛନ୍ତି ।

Leave a Reply