spot_img

Latest Posts

ରୋହିତ ସେଠୀଙ୍କ ଘରେ ଫାୟରିଂର ଲିଙ୍କ ନେପଳରେ

ରୋହିତ ସେଠୀଙ୍କ ଘରେ ଫାୟରିଂର ଲିଙ୍କ ନେପଳରେ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ଡାଇରେକ୍ଟର ରୋହିତ ସେଠୀଙ୍କ ଘରେ ହୋଇଥିବା ଆୟରିଂ ମାମଲାରେ ବଡ଼ ବଡ଼ ଖୁଲାସା ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଏହି ଘଟଣାରେ ଏକାଧିକ ସଫଳତା ମିଳିଛି । ଯେଉଁଥିରେ ସୁଟର ଗିରଫ ହୋଇଥିବା ବେଳେ ବ୍ୟବହାର ବନ୍ଧୁକ ବି ଜବତ ହୋଇଛି । ମାମଲର ମୂଳରେ ପହଞ୍ଚିବାକୁ ପୂରା ଜୋର ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି । ଏମିତି ସମୟରେ ମାମଲାର ଅନ୍ତରାଷ୍ଟ୍ରୀୟ ଲିଙ୍କ ଥିବା ଜଣାପଡିଛି । ପୂରା ମାମଲା ନେପାଳ ସହ ଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ ଫାୟରିଂ କରିଥିବା ସୁଟରକୁ ପ୍ରେମେଣ୍ଟ ସିଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ଏଟିଏମ ଜରିଆରେ କ୍ୟାସ ପଠା ଯାଇଥିଲା । ତଦନ୍ତ ବେଳେ ନେପାଳରୁ ଫଣ୍ଡିଂ କରାଯାଇଥିବା ପ୍ରମାଣ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଏହି ମାମଲାର ଲିଙ୍କ ନେପାଳ ସହ ରହିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା ସୁଟର୍ସର ବ୍ୟାଙ୍କ ଖାତାକୁ ବିଭିନ୍ନ ସ୍ଥାନରୁ ଏଟିଏମ ଜରିଆରେ ଅଜ୍ଞାତ ବ୍ୟକ୍ତିଙ୍କ ଜରିଆରେ ପଠାଯାଇଥିଲା । ଯାଞ୍ଚ ବେଳେ ନେପାଳରୁ ଫଣ୍ଡିଂ ବ୍ୟତୀତ ଆଗ୍ରା ମଡ୍ୟୁଲର ବି ଲିଙ୍କ ଥିବା ଜଣାପଡ଼ିଛି । କୁହାଯାଉଛି, ଆଗ୍ରାର କିଛି ଯୁବକ ଏହି କାମରେ ବଡ଼ ଭୂମିକା ନେଇଥିଲେ । ପୋଲିସ ବ୍ୟାଙ୍କ ନେଣଦେଣ ଟ୍ରେସ କରିବାକୁ ସବୁ ବ୍ୟାଙ୍କଙ୍କୁ ଷ୍ଟେଟମେଣ୍ଟ ମାଗିଛି । ଏହି ମାମଲାର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ମୁମ୍ବାଇ ପୋଲିସ ଏକାଧିକ ସ୍ବତନ୍ତ୍ର ଯାଞ୍ଚ ଟିମ୍ ଗଠନ କରିଛି । ଏହି ମାମଲାରେ ଫାୟରିଂ କରିଥିବା ସୁଟର ସମେତ ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରାଯାଇ ସାରିଛି ।

Latest Posts

Don't Miss