ଟି ୨୦ ପାଇଁ ପ୍ରସ୍ତୁତ ରୋହିତ, ଆଜି ଆଇସୋଲେସନରୁ ବାହାରିବେ

1 min read

ଲଣ୍ଡନ: ଭାରତୀୟ କ୍ରିକେଟ ଟିମ ପାଇଁ ଖୁସି ଖବର  । ଟିମକୁ ଫେରୁଛନ୍ତି ରୋହିତ ଶର୍ମା । ହିଟ୍‌ମ୍ୟାନ୍‌ଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । କିଛି ଦିନ ପୂର୍ବରୁ ରୋହିତଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିବାରୁ ଇଂଲଣ୍ଡ ବିରୁଦ୍ଧରେ ପଞ୍ଚମ ଟେଷ୍ଟରୁ ବାଦ୍‌ ପଡିଥିଲେ ରୋହିତ । ତାଙ୍କ ସ୍ଥାନରେ ଟିମ୍‌ର ଅଧିନାୟକ ଦାୟିତ୍ବ ସମ୍ଭାଳି ଥିଲେ ଜସପ୍ରିତ ବୁମରାହ । ବିଗତ ଦିନରେ ବିସିସିଆଇ ଟି ୨୦ ଓ ଦିନିକିଆ ସିରିଜ ପାଇଁ ଟିମ୍‌ ଘୋଷଣା କରିଥିଲା । ରୋହିତଙ୍କୁ ଦୁଇଟି ଟିମର ଅଧିନାୟକ ଦାୟିତ୍ବ ମିଳିଥିଲା  । କିନ୍ତୁ କୋଭିଡ କାରଣରୁ ସେ ଟେଷ୍ଟରୁ ବାଦ୍‌ ପଡିଥିଲେ  ।

ପୁଣିଥରେ ଜୁଲାଇ ୭ରେ ଇଂଲଣ୍ଡ ବିରୋଧରେ ଆରମ୍ଭ ଟି ୨୦ ସିରିଜରେ ସାମିଲ ହେବେ ରୋହିତ । ଲିଷ୍ଟରସାୟର ବିରୋଧରେ ଅଭ୍ୟାସ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ସେ ଓହ୍ଲାଇଥିଲେ  । ଏହାପରେ ପଜିଟିଭ କାରଣରୁ ମ୍ୟାଚରୁ ବାଦ୍‌ ପଡିଥିଲେ  । ପଞ୍ଚମ ଟେଷ୍ଟ ଆଗାମୀ ଜୁଲାଇ ୫ରେ ଶେଷ ହେବ  । ଏହି କାରଣରୁ ଟି ୨୦ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ସମେତ ୫ ସିନିଅର ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି ।

ଇଂଲଣ୍ଡ ପରେ ୱେଷ୍ଟଇଣ୍ଡିଜରେ ଟି ୨୦ ଏସିଆ କପ ଖେଳିବ ଟିମ ଇଣ୍ଡିଆ  । ଏହାପରେ ଅକ୍ଟୋବର-ନଭେମ୍ବର ଟି ୨୦ ବିଶ୍ବକପ ଅଷ୍ଟ୍ରେଲିଆରେ ଖେଳାଯିବ ।

ପ୍ରଥମ ଟି୨୦ ମ୍ୟାଚ ପାଇଁ ଘୋଷିତ ଟିମ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ଋତୁରାଜ ଗାଏକ୍ବାଡ, ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟାର, ୟୁଜେବୈନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂହ ଓ ଉମରାନ ମଲିକ ।

ଦ୍ବିତୀୟ ଟି୨୦ ମ୍ୟାଚ ପାଇଁ ଘୋଷିତ ଟିମ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟାର, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ୟୁଜେବୈନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଜସପ୍ରିତ ବୁମରାହ ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଓ ଉମରାନ ମଲିକ ।

ଦିନିକିଆ ସିରିଜ ଟିମ

ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଶାର୍ଦ୍ଦୁଳ ଠାକୁର, ୟୁଜେବୈନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରିତ ବୁମରାହ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ।