ଭାରତୀୟ ଦଳ ବାଂଲାଦେଶକୁ କାହିଁକି ଦେଲାନି ଫଲୋଅନ ?

ନନ୍ଦିଘୋଷ ବ୍ୟୁରୋ: ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶ ଉପରେ ନିଜର ଆଭିମୁଖ୍ୟକୁ ଜାହିର କରିଛି । ଚେନ୍ନାଇ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲା ଖୁବ ରୋଚକ ସାବ୍ୟସ୍ତ ହେଉଥିବା ବେଳେ ପ୍ରଥମ ପାରିରେ ରବିଚନ୍ଦ୍ରନ ଅଶ୍ବୀନଙ୍କ ଶତକ, ଶୁଭମନ ଗୀଲଙ୍କ ଅର୍ଦ୍ଧଶତକ ଓ ରବିନ୍ଦ୍ର ଜାଡେଜାଙ୍କ ଶାନଦାର ୮୬ ରନ ବଳରେ ଭାରତୀୟ ଦଳ ୩୭୬ ରନର ସ୍କୋରରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ବାଂଲାଦେଶଦଳକୁ ୧୪୯ ରନରେ ଅଲଆଉଟ କରିଥିଲା ଭାରତୀୟ ଦଳ । ଯେଉଁଥିରେ ଜଶପ୍ରୀତ ବୁମରାହଙ୍କ ନାଁରେ ସର୍ବାଧିକ ୪ଟି ୱିକେଟ, ମହମ୍ବଦ ସିରାଜ, ଆକାଶଦୀପ ଓ ଜାଡେଜାଙ୍କ ନାଁରେ ଦୁଇଟି ଲେଖାଏଁ ୱିକେଟ ସାମିଲ ଥିଲା।

ପ୍ରଥମ ପାରିରେ ୨୨୭ ରନର ଲିଡ ହାସଲ କରିବାପରେ ଭାରତୀୟ ଦଳ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଭାରତୀୟ ଦଳର ଅଧୀନାୟକ ବାଂଲାଦେଶକୁ ଫଲୋଅନ କରିବାର ସୁଯୋଗ କାହିଁକି ଦେଲେନାହିଁ । ତେବେ କହିରଖୁ ଯେ କ୍ରିକେଟ ନିୟମ ଅନୁସାରେ ଯଦି କୌଣସି ଦଳ ପାଖରେ ୨୦୦ରୁ ଅଧିକ ରନର ଲିଡ ରହିଥାଏ ତେବେ ସେହି ଦଳ ବିରୋଧୀ ଦଳକୁ ଫଲୋଅନ ଦେବାକୁ ସୁଯୋଗ ପାଇଥାଏ ।  କିନ୍ତୁ ଅଦୀନାୟକ ରୋହିତ ଶର୍ମା ବାଂଲାଦେଶ ସହ ଏମିତି କରିନାହାନ୍ତି ଓ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏହାର ମୂଳ କାରଣ ଥାଇପାରେ ଭାରତୀୟ ଦଳର ବୋଲିଂ ଲାଇନ ଉପରେ ଅଧିକ ୱାର୍କଲୋଡ ନଦେବା। ଯଦି ବାଂଲାଦେଶ ଦଳ ଫଲୋଅନ କରି ପୁଣି ବ୍ୟାଟିଂ କରିଥାନ୍ତେ  ତେବେ ଭାରତୀୟ ବୋଲିଂ ବିଭାଗ ଉପରେ ତାର ପ୍ରଭାବ ପଡିଥାନ୍ତା । ତେଣୁ ବୋଲିଂ ଲାଇନଅପକୁ ବିଶ୍ରାମ ଦେବା ଓ ଖେଳକୁ ଆଗକୁ ନେବାପାଇଁ ଦଳର ହିତ ପାଇଁ ରୋହିତ ଶର୍ମା ପୁଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସମୟରେ ଭାରତୀୟ ଦଳ ପାଇଁ ରିଷଭ ପନ୍ତ ୧୨୮ ବଲରେ ୧୦୯ ରନ ହାସଲ କରି ଆଉଟ ହୋଇଛନ୍ତି ଓ ୯୦ ରନରେ ବ୍ୟାଟିଂ କରୁଛନ୍ତି ଅଶୁଭମନ ଗୀଲ । ଭାରତୀୟ ଦଳ ଏହି ସମୟରେ ଖୁବ ମଜବୁତ ନଜର ଆସୁଛି।