ଆଫଗାନିସ୍ତାନ ବିପକ୍ଷ ସୁପର ଓଭରରେ ନବିଙ୍କ ଉପରେ କାହିଁକି ରାଗିଲେ ରୋହିତ?

1 min read

ବାଙ୍ଗାଲୋର: ବୁଧବାର ଭାରତ ଏବଂ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ହିଟମ୍ୟାନ ରୋହିତ ଶର୍ମା ରାଗ ମୁଡରେ ନଜର ଆସିଥିଲେ । ଯାହାକୁ ନେଇ ଏବଂ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଶେଷ ବଲରେ ମୁକେଶ କୁମାରଙ୍କ ବଲକୁ ନବି ମାରିବା ପାଇଁ ଘୁରାଇଥିଲେ । ମାତ୍ର ବ୍ୟାଟରେ ବଲ ସଂଯୋଗ ହୋଇନଥିଲା । ମାତ୍ର ବାଇ ରନ ପାଇଁ ଦୌଡ଼ିଥିଲେ ନବି । ଓ୍ବିକେଟ କିପର ସଞ୍ଜୁ ସାମସନ ଆଉଟ ପାଇଁ ବଲ ଫୋପାଡ଼ୁଥିବାବେଳେ ନବିଙ୍କ ଗୋଡ଼ରେ ବଲ ବାଜିଥିଲା । ମାତ୍ର ୧ ରନ ହେବା ବଦଳରେ ୩ ରନ ନେଇଥିଲେ ଆଫଗାନିସ୍ତାନ ଖେଳାଳି । ତେବେ ନବିଙ୍କ ଗୋଡ଼ରେ ବଲ ବାଜିଥିବାବେଳେ ରୋହିତ ରାଗି ଯାଇଥିଲେ । ସେ ପିଚରେ ଦୌଡ଼ିଥିବାକୁ ନେଇ ରାଗି ଯାଇଥିଲେ । ସେପଟେ କୋହଲିଙ୍କ ପାଖରେ ବଲ ପହଞ୍ଚିଥିବାବେଳେ ସେ ମଧ୍ୟ ରାଗ ମୁଡରେ ନଜର ଆସିଥିଲେ । କ୍ୟାମେରା ମ୍ୟାନ ଉଭୟ ଭେଟେରାନ ଖେଳାଳିଙ୍କ ମଧ୍ୟ ଦେଖାଇଥିଲେ ।

ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା । ରୋହିତଙ୍କ ରାଗ ପରେ ରାହୁଲ ଦ୍ରାବିଡ ଯାଇ ଆଫଗାନିସ୍ତାନ ଖେଳାଳିଙ୍କ ସହ କଥା ହୋଇଥିଲେ । ବୁଝାଇବା ସହ ଖେଳ ଆରମ୍ଭ ହୋଇଥିଲା । ତେବେ ଭାରତ ମଧ୍ୟ ସେହି ୧୬ ରନ କରିଥିବାବେଳେ ପୁଣିଥରେ ସୁପର ଓଭର ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ଦେଇଥିବା ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିବାକୁ ଯାଇ ଆଫଗାନିସ୍ତାନ ମାତ୍ର ୧ ରନରେ ୨ଟି ଓ୍ବିକେଟ ହରାଇଛି । ରବି ବିଷ୍ଣୋଇ ୨ଟି ଓ୍ବିକେଟ ହରାଇଥିଲେ ।