ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ଟି-୨୦ରେ ହାର୍ଦ୍ଦିକ ଓ ଦିନିକିଆରେ ରୋହିତ ଅଧିନାୟକ

1 min read

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟି-୨୦ ଏବଂ ଦିନିକିଆ ସିରିଜ ପାଇଂ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ବିସିସିଆଇ ଦ୍ୱାରା ମଙ୍ଗଳବାର ବିଳମ୍ବିତ ରାତିରେ ଏନେଇ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସିରିଜ ପାଇଁ ଟିମର କମାନ ହସ୍ତାନ୍ତର କରାଯାଇଛି । ସେହିପରି ଦିନିକିଆ ସିରିଜରେ ରୋହିତ ଶର୍ମା ହିଁ ଟିମର ନେତୃତ୍ୱ ନେବେ । ଟି-୨୦ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଉଭୟ ସିରିଜରୁ ଋଷଭ ପନ୍ତ ଓ ଶିଖର ଧୱନ ବାଦ୍ ପଡ଼ିଛନ୍ତି । ଅନ୍ୟପକ୍ଷରେ ଦୁଇ ବୋଲର ଶିଭମ ମାଭି ଓ ମୁକେଶ କୁମାରଙ୍କୁ ପ୍ରଥମ କରି ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ମିଳିଛି ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଇଶାନ କିଶନ, ଋତୁରାଜ ଗାୟକ୍ୱାଡ଼, ଶୁଭମନ ଗିଲ୍, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାସିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଉମରାନ ମଲିକ, ଶିଭମ ମାଭି, ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେଏଲ ରାହୁଲ, ଇଶାନ କିଶନ, ୱାସିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମରାନ ମଲିକ, ଅର୍ଶଦୀପ ସିଂହ ।

ପ୍ରଥମ ଟି-୨୦ ମ୍ୟାଚ୍ ୩ ଜାନୁଆରୀରେ ମୁମ୍ବାଇରେ ଖେଳାଯିବ । ସେହିପରି ଦ୍ୱିତୀୟ ୫ ଜାନୁଆରୀ ପୁଣେରେ ଓ ତୃତୀୟ ଟି-୨୦ ୭ ଜାନୁଆରୀରେ ରାଜକୋଟରେ ଖେଳାଯିବ । ପ୍ରଥମ ଦିନିକିଆ ୧୦ ଜାନୁଆରୀରେ ଗୌହ୍ୱାଟୀ, ଦ୍ୱିତୀୟ ଦିନିକିଆ ୧୨ ଜାନୁଆରୀରେ କୋଲକାତାରେ  ଓ ତୃତୀୟ ଦିନିକିଆ ମ୍ୟାଚ୍ ୧୫ ଜାନୁଆରୀରେ ତ୍ରିଭାନ୍ଦ୍ରମରେ ଖେଳାଯିବ ।