ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ, ଜାଣନ୍ତୁ କାହିଁକି…

1 min read

ଅହମଦାବାଦ: ରବିବାର ଭାରତୀୟ କ୍ରିକେଟ ପାଇଁ ଥିଲା ଐତିହାସିକ ଦିନ । ପ୍ରଥମ ଦଳ ଭାବରେ ଭାରତ ଏକ ହଜାର ତମ ଦିନିକିଆ ମ୍ୟାଚ ଖେଳିଥିଲା । ଏକ ହଜାର ତମ ମ୍ୟାଚରେ ଭାରତ ବଡ଼ ବିଜୟ ଲାଭ କରିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୬ ଓ୍ୱିକେଟରେ ବିଜୟ ଲାଭ କରିଥିଲା । କିନ୍ତୁ ଏହି ବିଜୟରେ ଭାରତର ନୂଆ ଅଧିନାୟକ ରୋହିତ ଶର୍ମା ଖୁସି ନାହାନ୍ତି । ମ୍ୟାଚ ଶେଷ ହେବା ପରେ ରୋହିତ ଶର୍ମା କହିଥିଲେ କି ଆମେ ଏହାଠାରୁ ଅଧିକ ଭଲ କରିପାରିଥାନ୍ତୁ । ଏହା ସହ ଓ୍ୱେଷ୍ଟ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଉପରେ ଆମେ ଅଧିକ ଚାପ ପକାଇ ପାରିଥାନ୍ତୁ ବୋଲି କହିଛନ୍ତି ରୋହିତ ଶର୍ମା ।

ମ୍ୟାଚ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ କି ମୁଁ ପରଫେକ୍ଟ ଗେମ୍ ଉପରେ ବିଶ୍ୱାସ କରେ ନାହିଁ । ସର୍ବଦା ଜଣେ ପରଫେକ୍ଟ ହୋଇପାରିବେ ନାହିଁ । ଆମେ ରନର ପିଛା କରୁଥିବାବେଳେ ଆହୁରି ଭଲ କରିପାରିଥାନ୍ତୁ ଏବଂ ଏତେ ଓ୍ୱିକେଟ ହରାଇବା ଉଚିତ୍ ନଥିଲା ବୋଲି କହିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ଆହୁରି କହିଛନ୍ତି କି ଓ୍ୱେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ ଉପରେ ବୋଲରମାନେ ଆହୁରି ଅଧିକ ଚାପ ପକାଇ ପାରିଥାନ୍ତେ ଯାହା ଫଳରେ ଇଣ୍ଡିଜ୍ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଅଧିକ ରନ ସ୍କୋର କରିପାରିନଥାନ୍ତେ । ସେମାନେ ଗୋଟିଏ ଟିମ୍ ଭାବେ ଭଲ ଖେଳିବାକୁ ଚାହାଁନ୍ତି । ଆହୁରି ଭଲ କରିବା ପାଇଁ ଚେଷ୍ଟା ଜାରି ରହିବ । ତେବେ ଦଳ ମଧ୍ୟରେ ବେଶୀ କିଛି ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ।

Leave a Reply