ଟି-୨୦ ବିଶ୍ବକପ ଖେଳିବେ ତ ରୋହିତ? ଜାଣନ୍ତୁ କ’ଣ କହିଲେ ହିଟମ୍ୟାନ୍

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପରେ ଫାଇନାଲରେ ଭାରତର ପରାଜୟ ପରେ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପ ଉପରେ ଏବେ ନଜର ରହିଛି । ଟିମ ଇଣ୍ଡିଆ କେଉଁ ଟିମ ସହ ମଇଦାନୁ ଓହ୍ଲାଇବ? କିଏ ଦଳର ଦାୟିତ୍ବ ନେବେ ଏମିତି ଚର୍ଚ୍ଚା ଲାଗି ରହିଛି । ହିଟମ୍ୟାନ ଖେଳିବେ କି ନାହିଁ? ଏଭଳି ଚର୍ଚ୍ଚା ଭିତରେ ପ୍ରେସମିଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି କି, ମୋ ପାଇଁ ଯେତିକି କ୍ରିକେଟ ବଞ୍ଚିଛି ସେତିକି ଖେଳିବା ପାଇଁ ଚାହିଁବି । ତେବେ ରୋହିତ ଏହି ଉତ୍ତରରୁ ଏଭଳି ସ୍ପଷ୍ଟ ହେଉଛି କି, ସେ ୨୦୨୪ ଟି-୨୦ ବିଶ୍ବକପ ଖେଳିବେ । ଏଭଳି ସଙ୍କେତ ଦେଇଥିବାବେଳେ କ୍ରିକେଟପ୍ରେମୀଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି ମଧ୍ୟ କହିପାରିବା ।

ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମଙ୍ଗଳବାରଠାରୁ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ରୋହିତ ବିଶ୍ବକପ ପରେ ଦଳଠାରୁ ଦୂରରେ ଥିବାବେଳେ ସେ ଖେଳିବାକୁ ଯାଉଛନ୍ତି । ୧୯୯୨ ମସିହାରୁ ଭାରତ ଦକ୍ଷିଣଆଫ୍ରିକାରେ ଦ୍ବିପାକ୍ଷିକ ଟେଷ୍ଟ ସିରିଜ ଜିତି ନାହିଁ । ୨ଟି ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବାବେଳେ ରୋହିତଙ୍କ ପାଇଁ ନୂଆ ରେକର୍ଡ ହାସଲ କରିବା ପାଇଁ ,କ ସୁଯୋଗ ରହିଛି । ବିଶ୍ବକପରେ ଭାରତ ପାଇଁ ବୋଲିଂରେ ହିରୋ ସାଜିଥିବା ମହମ୍ମଦ ସାମିଙ୍କ ଆଣ୍ଠୁରେ ଆଘାତ କାରଣରୁ ସେ ସେ ଖେଳିପାରିବେ ନାହିଁ । ଏଣୁ ଏହା ଦଳ ପାଇଁ ଏକ ବଡ଼ ବିପର୍ଯ୍ୟୟ ହେବ ବୋଲି ରୋହିତ କହିଛନ୍ତି ।