ବିଶ୍ବକପ ହାରିବା ପରେ ଆଶା ଧୂଳିସାତ, ଭାରତରେ ଆଉ ଖେଳିପାରିବେନି ଏହି ୫ ଖେଳାଳି

ଅହମ୍ମଦାବାଦ: ଆଶା ଆଶାରେ ରହିଗଲା । ଭାରତରେ ଅନୁଷ୍ଠିତ ବିଶ୍ବକପରେ ଅଷ୍ଟ୍ରେଲିଆ ଘରୋଇ ଦଳକୁ ପରାସ୍ତ କରି ଇତିହାସ ରଚିଛି । ୬ ଓ୍ବିକେଟରେ ଜିତଥିବା ଅଷ୍ଟ୍ରେଲିଆ ୫ ଭାରତୀୟ ଖେଳାଳିଙ୍କ ଭାରତରେ ବିଶ୍ବକପ ଖେଳିବାର ଆଶାକୁ ମଉଳାଇ ଦେଇଛି । ୨୦୨୭ରେ ସାଉଥଆଫ୍ରିକା, ଜିମ୍ବାଓ୍ବେ ଏବଂ ନାମ୍ବିଆରେ ଖେଳାଯିବ । ସେପଟେ ୨୦୩୧ରେ ଭାରତ ଏବଂ ବାଲାଂଦେଶ ବିଶ୍ବକପ ଆୟୋଜନ କରିବାକୁ ଯାଉଛି । ଯଦି ଭାରତୀୟ ଦଳର ୫ଜଣ ଖେଳାଳିଙ୍କ ବୟସକୁ ଦେଖିବା ତାହେଲେ ସେମାନେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବିଶ୍ବକପରେ ଆଉ ଖେଳିବାର ସୁଯୋଗ ପାଇପାରିବେ ନାହିଁ । ଏହି ୫ ଖେଳାଳି ହେଲେ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟ କୁମାର ଯାଜବ । ଏମାନଙ୍କ ବୟସ ଏବେ ୩୩ ବର୍ଷରୁ ଅଧିକ ରହିଥିବାବେଳେ ୮ ବର୍ଷ ପରେ ପୁଣିଥରେ ଭାରତରେ ଆୟୋଜନ ହେବାକୁ ଯାଉଛି ବିଶ୍ବକପ । ଏଣୁ ଏମାନଙ୍କ ବୟସକୁ ଦେଖିବାକୁ ଗଲେ ଭାରତରେ ବିଶ୍ବକପ ଖେଳିବାର ସୁଯୋଗ ପାଇପାରିବେ ନାହିଁ ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଭାରତ ଲଗାତାର ୧୦ଟି ମ୍ୟାଚ ଜିତିଥିଲେ ସୁଦ୍ଧା ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପରାଜୟ ବରଣ କରିଛି । ୨୪୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୬ ଓ୍ବିକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକୀୟ ପାଳି ବଳରେ ସହଜ ବିଜୟ ହାସଲ କରିଛି କଙ୍ଗାରୁ ଟିମ୍ ।