ଜଣା ପଡ଼ିଲା ସତ, ଜାଣନ୍ତୁ କେବେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ରୋହିତ ଶର୍ମା ?
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ହେଉଛି । ଯଦିଓ ବର୍ଡର ଗାଭାସ୍କର ଟ୍ରଫି ଶେଷ ହେବା ପରେ ପ୍ରେସମିଟ କରି ହିଟମ୍ୟାନ ଅବସର ଗୁଜବକୁ ଏଡାଇଥିଲେ କିନ୍ତୁ ଏବେ ବିସିସିଆଇର ବୈଠକ ପରେ ପୁଣି ସମାନ ଚର୍ଚ୍ଚା ହେଡଲାଇନ ପାଲଟିଛି । ଚାମ୍ପିୟନ୍ସ ଟ୍ରଫି ଖେଳାଯିବା ପୂର୍ବରୁ ବିସିସିଆଇ ଚୟନକର୍ତ୍ତା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ନିଷ୍ପତ୍ତି ହୋଇଛି କି, ଦଳକୁ ନୂଆ ଅଧିନାୟକ ନମିଳିବା ଯାଏ ରୋହିତ ଦଳର ଅଧିନାୟକ ଭାର ସମ୍ଭାଳିବେ । ଏପରିକି ଚାମ୍ପିୟନ୍ସ ଟ୍ରଫି ଭାରତ ରୋହିତଙ୍କ ଅଧିନାୟକତ୍ବରେ ଖେଳିବ ।
କୁହାଯାଉଛି କି, ଚାମ୍ପିୟନ୍ସ ଟ୍ରଫି ପରେ ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିବେ ରୋହିତ । ଚାମ୍ପିୟନ୍ସ ଟ୍ରଫି ରୋହିତଙ୍କ ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ । ଭାରତର ଶେଷ ଲିଗ ମ୍ୟାଚ ମାର୍ଚ୍ଚ ୨ ରହିଛି । ଯଦି ଦଳ ସେମିଫାଇନାଲରେ ପ୍ରବେଶ ନକରେ ତାହେଲେ ଏହା ତାଙ୍କ ଜୀବନର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ହେବ । ଏମିତି ଏକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରୋହିତ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ଭାରତ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଖେଳିବ । ମାତ୍ର ଏହି ସିରିଜରୁ ବିଶ୍ରାମ ନେଇଛନ୍ତି ରୋହିତ ।