ଶେଷ ଟେଷ୍ଟ ମ୍ୟାଚ ଜିତିଲେ ଏହି ରେକର୍ଡ କରିବେ ଅଧିନାୟକ ରୋହିତ ଶର୍ମା

1 min read

ନୂଆଦିଲ୍ଲୀ: ଦକ୍ଷିଣଆଫ୍ରିକା ଗସ୍ତରେ ଅଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଲଜ୍ଜାଜନକ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ବିଜୟୀ ହେବା ସହ ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ । ତେବେ ଭାରତ ଯଦି ଶେଷ ଟେଷ୍ଟ ମ୍ୟାଚ ଜିତେ ତାହେଲେ ୧୩ ବର୍ଷର ରେକର୍ଡ ଭାଙ୍ଗିବେ ରୋହିତ । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଟେଷ୍ଟ ସିରିଜ ଦୀର୍ଘବର୍ଷ ହେବ ଜିତିନଥିବାବେଳେ ଶେଷ ମ୍ୟାଚ ଭାରତ ଜିତିଲେ ସିରିଜ ଡ୍ର ହେବ । ଯାହାଦ୍ବାରା ରୋହିତ ଦ୍ବିତୀୟ ଅଧିନୟକ ଭାବେ ଏହି ରେକର୍ଡ କରିବେ । ପୂର୍ବରୁ ଏମଏସ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଗସ୍ତରେ ୧-୧ରେ ସିରିଜ ଡ୍ର କରିଥିଲେ । ମାତ୍ର ୧୩ ବର୍ଷ ପରେ ରୋହିତ ପାଖରେ ଏହି ସୁଯୋଗ ରହିଛି । ପ୍ରଥମ ଟେଷ୍ଟ ମ୍ୟାଚର ଦୁଇଟି ଯାକ ପାଳିରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ଦ୍ବିତୀୟ ଟେଷ୍ଟରେ ଏହାକୁ ସୁଧାରିବା ସହ ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି ।