ଟି ୨୦ ବିଶ୍ବକପ ପରେ ସନ୍ୟାସ ନେବେ କି ରୋହିତ ଶର୍ମା ? ସାକ୍ଷାତକାରରେ ରଖିଲେ ଉତ୍ତର

ନନ୍ଦିଘୋଷ ବ୍ୟୁରୋ: ଆଇସିସି ଟି ୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଜୁନ୍ ୧ ରୁ ଆରମ୍ଭ ହେବ ଟି ୨୦ ବିଶ୍ବକପ  । ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଜୁନ୍ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ହେବ  । ଗତ ବର୍ଷ ଭାରତରେ ଖେଳାୟାଇଥିବା ଦିନିକିଆ ବିଶ୍ବକପରେ ନିଜ ଅଧିନାୟିକତ୍ବରେ ଟିମ ଇଣ୍ଡିଆକୁ ଫାଇନାଲରେ ପହଞ୍ଚାଇଥିଲେ  । ହେଲେ ରୋହିତ ଶର୍ମା ଅଧିନାୟକ ଭାବେ ଭାରତ ପାଇଁ ଶେଷ ମ୍ୟାଚ ଖେଳିପାରନ୍ତି । କାରଣ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଖୋଦ ରୋହିତ  ।

 

୨୯ ଜୁନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଟି ୨୦ ବିଶ୍ବକପରେ ଭାରତ ପୁଣି ଥରେ ବିଶ୍ବକପ ଟ୍ରଫି ହାତେଇବ ବୋଲି ଅନୁମାନ କରାଯାଉଛି  । ରୋହିତ ଶର୍ମା ଲଗାତର ଦ୍ବିତୀୟ ଥର ଟି ୨୦ ବିଶ୍ବକପ ଚାମ୍ପିଅନ ହେବା ଉଦ୍ଦେଶ୍ୟ ନେଇ ମଇଦାନକୁ ଓହ୍ଲାଇବେ  । ଗତ ଥର ଟି ୨୦ ବିଶ୍ବକପରେ ନିରାଶ ହୋଇଥିଲା ଟିମ ଇଣ୍ଡିଆ  । କୋଚ ରାହୁଲ ଦ୍ରାବିଡ ଓ ରୋହିତ ଶର୍ମାଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଥିଲା  ।

ଏଥର ଟି ୨୦ ବିଶ୍ବକପ ପରେ ଅବସର ନେବା ପ୍ରଶ୍ନରେ ରୋହିତ କହିଛନ୍ତି ଯେ ଯେତେବେଳେ ମୋର ଖରାପ ସମୟ ଚାଲିଥିଲା ସେତେବେଳେ ମୋ ନିଜ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା  । ମୁଁ କ୍ରିକେଟ ପାଇଁ ସତରେ ପ୍ରସ୍ତୁତ ଅଛି ତ ? ମୁଁ କ୍ରିକେଟ ଦୁନିଆରେ କରୁଛି କଣ ? ଖରାପ ସମୟରୁ ଯାହା ଶିକ୍ଷା ପାଇଲି ତାହାକୁ ନେଇ ଆଗକୁ ବଢୁଛି  । ୧୭ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କ୍ରିକେଟ ଖେଳିଆସୁଛି  । ଆଗକୁ ବି ଆହୁରି କିଛି ବର୍ଷ ଖେଳିବାକୁ ଚାହିଁବି  । କ୍ରିକେଟ ଦୁନିଆକୁ ଆହୁରି ବହୁତ କିଛି ଦେବାକୁ ଇଚ୍ଛା ଅଛି  ।