ହିଟ୍ ମ୍ୟାନଙ୍କ ହିଟ୍ ‘ଶୋ’: ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ବିଶ୍ୱ ଇତିହାସରେ ସୃଷ୍ଟି କଲେ ନୂଆ ଇତିହାସ
1 min readଦିନିକିଆ ହେଉ କି ଟି-20 କିମ୍ବା ଟେଷ୍ଟ, ସବୁ ଫର୍ମାଟରେ ରୋହିତ ଅତୁଳନୀୟ, ଅଦ୍ଵତୀୟ। ନିଜ ପ୍ରଦର୍ଶନ ବଳରେ ସେ ସବୁ ଫର୍ମାଟରେ ବାଦଶାହା ପାଲଟିଛନ୍ତି। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ତଥା ୩ୟ ଟେଷ୍ଟରେ ୨୧୨ ରନ୍ର ଇନିଂସ ଖେଳି ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍ ରହିଛନ୍ତି। ସୂଚନାଯୋଗ୍ୟ ଯେ, ରୋହିତଙ୍କ ନାମରେ ୩ଟି ଦିନିକିଆ ଦ୍ୱିଶତକ ରହିଛି। ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪ ରନ୍)ର ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି ।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ରୋହିତ ୨୪୯ଟି ବଲ ଖେଳି ଦ୍ଵିଶତକ ହାସଲ କରିଛନ୍ତି। ଏଥିସହ ସେ ୫ମ ଭାରତୀୟ ଓପନର ଭାବେ ଗୋଟିଏ ସିରିଜ୍ରେ ୫୦୦ ରନ୍ କରିବାର ସଫଳତା ପାଇଛନ୍ତି । ଏହି ତାଲିକାରେ ଭିନୁ ମଙ୍କଡ, ବୁଦ୍ଧି କୁଣ୍ଡେରାନ, ସୁନିଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ୱାଗ ରହିଛନ୍ତି। କେବଳ ଏତିକି ନୁହେଁ ଟେଷ୍ଟ କ୍ରିକେଟରେ ମହାନ ବ୍ୟାଟ୍ସମ୍ୟାନ ବ୍ରାଡମ୍ୟାନଙ୍କ ରେକର୍ଡ ମଧ୍ୟ ରୋହିତ ଭାଙ୍ଗିଛନ୍ତି। ଘରୋଇ ପରିବେଶରେ ରୋହିତ ଏଯାଏଁ ୧୨ଟି ଟେଷ୍ଟ ମ୍ୟାଚ ଖେଳି ୯୯.୮୪ ଆଭରେଜରେ ୧୨୯୮ ରନ କରିଛନ୍ତି। ଯେଉଁଥିରେ ୬ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ। ଅନ୍ୟପଟେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ବ୍ରାଡ୍ସମ୍ୟାନ ଘରୋଇ ପରିବେଶରେ ୫୦ଟି ମ୍ୟାଚ ଖେଳିଛନ୍ତି। ତାଙ୍କର ବ୍ୟାଟିଂ ଅଭରେଜ କିନ୍ତୁ ୯୮.୨୨ ରହିଛି। ଯାହା ରୋହିତ ଶର୍ମାଙ୍କ ଠାରୁ ସାମାନ୍ୟ କମ। ')}