ସୂର୍ଯ୍ୟବଂଶୀରେ ମୁସଲିମ୍ ଭିଲେନକୁ ନେଇ ଉଠିଲା ବିବାଦ, ରୋହିତ ଦେଲେ ଜବାବ

ମୁମ୍ୱାଇ : ଥିଏଟରରେ ରିଲିଜ ହୋଇଥିବା ରୋହିତ ସେଠୀ ନିର୍ମିତ ସୂର୍ଯ୍ୟବଂଶୀ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନୀ କରିଥିବା ବେଳେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ମାତ୍ର ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଥିବା ଭୂମିକା ମୁସଲିମ ସମ୍ପ୍ରଦାୟର ଦର୍ଶାଯାଇଥିବାରୁ ଏନେଇ ବିବାଦ ଉଠିଛି । ରୋହିତ ଏହାର ଜବାବରେ କହିଥିଲେଯେ ତାଙ୍କ ନିର୍ମିତ ସମସ୍ତ ଚଳଚ୍ଚିତ୍ରରେ ହିନ୍ଦୁ ଭିଲେନ ଥିବାବେଳେ ଆଜି ଯାଏ କାହାର କୈାଣସି ଆପତ୍ତି ହୋଇନାହିଁ କାହିଁକି ?

 

ଫିଲ୍ମରେ ମୁସଲିମ ଭୂମିକାରେ ଦର୍ଶାଯାଇଥିବା ଭିଲେନ ଚରିତ୍ର ଉପରେ ବିବାଦ ଉପୁଜିଥିବା ବେଳେ ଏକ ସାକ୍ଷାତକାରରେ ରୋହିତ ଏହାର ଜବାବରେ କହିଥିଲେ, ଫିଲ୍ମ ନିର୍ମାଣ ବେଳେ ଅଭିନେତାଙ୍କ ଭୂମିକାକୁ ନେଇ କୈାଣସି ଜାତି ବା ଧର୍ମରେ ବିଭକ୍ତ କରାଯାଇନାହିଁ । କୁଇଣ୍ଟ ସଙ୍ଗ ଇଣ୍ଟରଭିୟୁରେ ରୋହିତଙ୍କୁ ଗୁଡ ମୁସଲିମ୍ ଏବଂ ବ୍ୟାଡ୍ ମୁସଲିମ୍ ଉପରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ସିଂହମ, ସିଂହମ ରିର୍ଟନ୍ସ ଏବଂ ସିମ୍ବା ଚଳଚ୍ଚିତ୍ରରେ ହିନ୍ଦୁ ଭିଲେନ ଥିଲେ । ‘ସିମ୍ବା’ରେ ଧ୍ରୁବା ରାଣାଡେର ଭୂମିକା ସୋନୁ ସୁଦ୍ଧ ଅଭିନୟ କରିଥିଲେ, ଯିଏ ଜଣେ ମରାଠୀ । ଏହି ତିନୋଟି ଚଳଚ୍ଚିତ୍ରରେ ହିନ୍ଦୁ ଭିଲେନ ଥିବାବେଳେ କାହିଁକି କୈାଣସି ସମସ୍ୟା ଉପୁଜିନଥିଲା ?

ରୋହିତ ଏହା ମଧ୍ୟ କହିଛନ୍ତିଯେ ଯଦି କୈାଣସି ଆତଙ୍କବାଦୀ ପାକିସ୍ତାନର ତେବେ ତା’ର ଜାତି କ’ଣ ହେବ ? ସେ କହିଥିଲେ କିଛି ଲୋକ ଏମିତ ଅଛନ୍ତି ଆପଣ ଯାହା କଲେ ବି ସେଥିରେ ସେମାନେ ଖୁଣ ବାଛିବେ ହେଲେ ମୁଁ ଚଳଚ୍ଚିତ୍ର ନିର୍ମାଣ ବେଳେ ଏଭଳି କୈାଣସି ବିଷୟ ଉପରେ ଚିନ୍ତା କରିନଥିଲି । ଚଳଚ୍ଚିତ୍ରରେ ଜଣେ ଭଲ ଏବଂ ଖରାପ ଲୋକକୁ ଜାତିରେ କାହିଁକି ବିଭକ୍ତ କରାଯାଉଛି ବୋଲି ସେ କହିଥିଲେ ।

Leave a Reply