ଟି-୨୦ ବିଶ୍ବକପରେ କୋହଲିଙ୍କ ଏହି ରେକର୍ଡ ଭାଙ୍ଗି ଇତିହାସ ରଚିପାରନ୍ତି ରୋହିତ

1 min read

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପରେ ଆଜି ଫାଇନାଲ ମୁକାବିଲା । ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବାକୁ ଯାଉଛି ଭାରତ । ୨୦୦୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଭାରତ ପ୍ରଥମେ ଟି-୨୦ ବିଶ୍ବକପ ଜିତିଥିଲା । ଏହାପରଠାରୁ ଭାରତ ଟି-୨୦ ବିଶ୍ବକପ ଜିତିନାହିଁ । ତେବେ ଭାରତ ଆଜି ଟ୍ରଫି ହାତେଇବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଭାରତ ଯେବେ ସଙ୍କଟରେ ପଡ଼େ ରୋହିତ ନିଜର ଦମଦାର ପ୍ରଦର୍ଶନରେ ଦଳକୁ ଉଦ୍ଧାର କରିବାର ନଜିର ରହିଛି । ଯାହାକି ଚଳିତ ଟି-୨୦ ବିଶ୍ବକପରେ ମଧ୍ୟ ଦେଖିବାକୁ ମିଳୁଛି । ରୋହିତ ସୁପର-୮ର ଅନ୍ତିମ ମ୍ୟାଚ ଅଥବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୯୨ ରନର ପାଳି ଖେଳିଥିଲେ । ଏହାସହ ସେମିଫାଇନାଲରେ ଇଂଲଣ୍ଡ ବୋଲରଙ୍କୁ ଖୁବ୍ ଧୋଇ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

ଚଳିତ ବିଶ୍ବକପରେ ୭ ମ୍ୟାଚରେ ୨୪୮ ରନ ସଂଗ୍ରହ କରିଛନ୍ତି  । ସେ ସର୍ବାଧିକ ସ୍କୋର କରିଥିବାବେଳେ ବିରାଟ କୋହଲି ଏଯାବତ ୭ ମ୍ୟାଚରେ ମାତ୍ର ୩୫ ରନ ସଂଗ୍ରହ କରିଛନ୍ତି । ମାତ୍ର ଗୋଟିଏ ଟି-୨୦ ବିଶ୍ବକପରେ ସର୍ବାଧିକ ସ୍କୋର କରିବାର ରେକର୍ଡ ବିରାଟଙ୍କ ନାମରେ ରହିଛି । ବାଲାଂଦେଶରେ ଅନୁଷ୍ଠିତ ୨୦୧୪ ଟି-୨୦ ବିଶ୍ବକପରେ ୩୧୯ ରନ କରି ରେକର୍ଡ କରିଛନ୍ତି । ତେବେ ରୋହିତ ଯଦି ଆଜି ୭୨ ସଂଗ୍ରହ କରନ୍ତି ତାହେଲେ ଏହି ରେକର୍ଡକୁ କାଟି ପାରିବେ । ନିଜ ନାମରେ ଟି-୨୦ ବିଶ୍ବକପରେ ସର୍ବାଧିକ ସ୍କୋର ବନେଇବାର ଇତିହାସ ରଚିପାରିବେ ।