spot_img

Latest Posts

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ। ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ୨୦୧୯ ନିର୍ବାଚନରେ ବୀରମିତ୍ରପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ରୋହିତଙ୍କ ବାପା ଜର୍ଜ ତିର୍କୀ ଜଣେ ବିଶିଷ୍ଟ ଆଦିବାସୀ ନେତା। ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ। ସୁନ୍ଦରଗଡ଼ରେ ହକି, ଶିକ୍ଷା ସବୁ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରେ ଅନୁପ୍ରାଣିତ ହୋଇ ରୋହିତ ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ସାରଦା।

୨୦୧୯ ମସିହାରୁ ସୁନ୍ଦରଗଡ଼ ଜିଲ୍ଲାର ବ୍ଯାପକ ରୂପାନ୍ତରୀକରଣ କାମ ହୋଇଛି। ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରୋହିତ ଦଳରେ ମିଶିବାକୁ ଇଛା ପ୍ରକାଶ କରିଥିଲେ। ଏହାଦ୍ବାରା ବୀରମିତ୍ରପୁରରେ ଦଳ ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି ବୋଲି କହିଛନ୍ତି ରୋହିତ। ବାପାଙ୍କ ଆଶୀର୍ବାଦ ଅଛି। ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଓ ସୁନ୍ଦରଗଡ଼ ପାଇଁ ଯାହା ନିର୍ଦ୍ଦେଶ ରହିବ, ତାକୁ ଆଗକୁ ନେବି ବୋଲି କହିଛନ୍ତି ରୋହିତ ।

Latest Posts

Don't Miss