ଡନ୍ ନମ୍ବର ଓ୍ବାନ ହେବାକୁ ଲରେନ୍ସ ବିଷ୍ଣୋଇ ଓ ରୋହିତ ଗୋଦାରା ଗ୍ୟାଙ୍ଗ ମଧ୍ୟରେ ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ, ରାଜସ୍ଥାନ ଓ ପଞ୍ଜାବ ସୀମାରେ ମୁଣ୍ଡ ଟେକୁଥିବା ନୂଆ ଅଣ୍ଡରଓ୍ବାର୍ଲ୍ଡ ଏବେ କେବଳ ଭାରତ ନୁହେଁ ସାରା ବିଶ୍ବରେ ଚର୍ଚ୍ଚାରେ ରହିଛି । କେବେ ଏକାଠି ବସି ପ୍ଲାନିଂ କରି ଯୋଜନାକୁ ଶେଷ କରୁଥିବା ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ ଓ ରୋହିତ ଗୋଦାରା ଏବେ ସରସ୍ପରର ରକ୍ତରେ ହୋଇ ଖେଳିବାକୁ ଅନାଇ ବସିଛନ୍ତି । ପୂର୍ବରୁ ଏମାନଙ୍କ ବନ୍ଧୁତ୍ବ ଅପରାଧ ଦୁନିଆରେ ‘ତିନ ଶେରୋ କୀ ଯୋଡି’ କୁହାଯାଉଥିଲା । ହେଲେ ଆଜି ଏମାନଙ୍କ ମଧ୍ୟ ପରସ୍ପର ପ୍ରତି ଘୃଣା ଏତେ ବଢ଼ିଯାଇଛି ଯେ, ଜଣେ ଅନ୍ୟକୁ ହତ୍ୟା କରିବାକୁ ବି ପଛାଇବ ନାହିଁ ।

ଗ୍ୟାଙ୍ଗ ଓ୍ବାରର ଏହି ଲଢ଼େଇ ଏବେ କେବଳ ସଡ଼କ ଉପରେ କି ଜେଲର ଚାରିକାନ୍ଥ ଭିତରେ ସୀମିତ ନାହିଁ । ଏବେ ଗ୍ୟାଙ୍ଗଓ୍ବାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ଯେକୌଲସି ବଡ଼ ଘଟଣା ପରେ ଫେସବୁକ, ଇଷ୍ଟାଗ୍ରାମ ଓ ଟେଲିଗ୍ରାମରେ ପୋଷ୍ଟ କରି ଘଟଣା ପାଇଁ ନିଜକୁ ଦାୟୀ କରିବା ସହ ବିରୋଧୀ ଗ୍ୟାଙ୍ଗକୁ ନିଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଆଉ ପୋଲିସ ପାଇଁ ଚିନ୍ତାର କାରଣ ହେଲା, ଏହି ଗ୍ୟାଙ୍ଗମାନେ ଏବେ କେବଳ ବନ୍ଧୁକ ନୁହେଁ, ଧର୍ମକୁ ଅସ୍ତ୍ର ବନାଇଛନ୍ତି । ଧର୍ମ ରକ୍ଷକର ଚାଦର ପିନ୍ଧି ଯୁବବର୍ଗଙ୍କୁ ନିଜ ପ୍ରତି ଆକୃଷ୍ଟ କରୁଛନ୍ତି । ଯାହା କେବଳ ଅପରାଧ ନୁହେଁ, ବିଚାରଧାରର ଯୁଦ୍ଧ ପାଲଟି ସାରିଛି । ଯେଉଁଠି ପ୍ରତି ଗୁଳିର ଶବ୍ଦ ସହ ଏକ ଭୟଙ୍କର ଗ୍ୟାଙ୍ଗ ଓ୍ବାରର ଶଙ୍କା ସୃଷ୍ଟି ହେଉଛି । ପ୍ରଶ୍ନ ଉଠୁଛଇ ଏକାଠି ବସୁଥିବା, ଉଠୁଥିବା ଏହି ତିନି ଗ୍ୟାଙ୍ଗର ଲିଡର କାହିଁକି ନିଜ ଭିତରେ ଲଢ଼େଇ କରୁଛନ୍ତି, ଆସନ୍ତୁ ଜାଣିବା ।

ସୋସିଆଲ ମିଡିଆରୁ ଆରମ୍ଭ ଏକ ନମ୍ବର ହେବାର ଲଢ଼େଇ

ବଲିଉଡ଼ ଫିଲ୍ମ ସୋଲର ଜୟ-ବୀରୁଙ୍କ ଯୋଡ଼ି ପରି ଦିନେ ଲରେନ୍ସ, ଗୋଲ୍ଡି ଓ ରୋହିତଙ୍କ ଯୋଡ଼ି ଥିଲା । ଏକାଠି ହୋଇ ଏକାଥିକ ରାଜ୍ୟରେ ନିଜ ଅପରାଧର ସାମ୍ରାଜ୍ୟ ଛିଡ଼ା କରିଥିଲେ ଏମାନେ । ଏବେ ଆଉ ସେ ସମ୍ପର୍କ ନାହିଁ । ଲରେନ୍ସ ବିଷ୍ଣୋଇ ଏବେ ନିଜ ଦବଦବା ପଞ୍ଜାବ, ଜୟପୁର, ଅଲଓ୍ବର ଓ ମେଓ୍ବାତରେ ଦୃଢ଼ କରୁଥିବା ବେଳେ ରୋହିତ ଗୋଦାରା ଏବଂ ଗୋଲ୍ଡି ବରାଡ ଆନନ୍ଦପାଲ ଗ୍ୟାଙ୍ଗର ପୁରୁଣା ନେଟଓ୍ବର୍କ ସାହାରାରେ ପଶ୍ଚିମ ରାଜସ୍ଥାନ ଓ ହରିୟାଣାରେ ନିଜ ଦବଦବା ବଢ଼ାଇବାରେ ଲାଗିଛନ୍ତି ।

୧୭ ଜୁନରେ ଏମାନଙ୍କ ମଧ୍ୟରେ ପ୍ରଥମ ଗ୍ୟାଙ୍ଗଓ୍ବାର ଦେଖିବାକୁ ମିଳିଥିଲା । ଯେବେ ଶ୍ରୀଗଙ୍ଗାନଗରରେ ଆଶିଷ ଗୁପ୍ତାଙ୍କୁ ଜିମରୁ ବାହାରିବା ବେଳେ ଆକ୍ରମଣ ହୋଇଥିଲା । ଗୁପ୍ତାଙ୍କ ଗୋଡକୁ ଗୁଳି ମରାଯିବା ପରେ ପରେ ଫେସବୁକରେ ଅନମୋଲ ବିଷ୍ଣୋଇ ନାମରେ ପୋଷ୍ଟ କରାଯିବା ସହ ଧମକ ଦିଆଯାଇଥିଲା କି ‘ଏହା କେବଳ ଧମକ ଥିଲା, ଆରଥକୁ ଛାତିରେ ଗୁଳି ବାଜିବ’ । ପୋଲିସ ଏହି ଘଟଣାକୁ ନେଇ ଚିନ୍ତାରେ ପଡିଥିବା ବେଳେ ରୋହିତ ଗୋଦାରା ଗ୍ୟାଙ୍ଗ ଏହି ପୋଷ୍ଟକୁ ମିଛ କହିବା ସହ ଘଟଣା ପାଇଁ ନିଜକୁ ଦାୟୀ କରିଥିଲା । ଗୋଲ୍ଡି ବରାଡ ଏକ ଅଡିଓ ଜାରି କରି କହିଥିଲା, ଆକ୍ରମଣ ସେ କରାଇଥିଲା । ହେଲେ ହତ୍ୟା କରିବାକୁ ଯୋଜନା ନଥିଲା । ଆଉ ଏହି ଅଡିଓ ଜରିଆରେ ସେ ପ୍ରଥମ କରି ଲରେନ୍ସ ଓ ଅନମୋଲଠାରୁ ନିଜକୁ ଦୂରେଇ ନେଇଥିଲା ଓ ଏହିଠାରୁ ଆରମ୍ଭ ହୋଇଥିଲା ନମ୍ବର ଓ୍ବାନ୍ ଡନ ହେବାର ଖତରନାକ୍ ଖେଳ ।

ବିକେନାରରେ ଗୁଳି ଓ ଗ୍ୟାଙ୍ଗରେ ବୟାନବାଜି

ସେପ୍ଟେମ୍ବର ୯ ତାରିଖରେ ବିକାନେରର ସାଦୁଲଗଞ୍ଜରେ କଂଗ୍ରେସ ନେତା ଧନପତ ଚାୟଲ ଏବଂ ବ୍ୟବସାୟୀ ସୁଖଦେବ ଚାୟଲଙ୍କ ଘର ଉପରେ ଫାୟରିଂ ହୋଇଥିଲା । ଲରେନ୍ସି ଗ୍ୟାଙ୍ଗର ସଦସ୍ୟ ହେରୀ ବକ୍ସର ଏହାର ଦାୟିତ୍ବ ନେଇଥିଲେ । ଯେତେବେଳେ ରୋହିତ ଗୋଦାରାଙ୍କ ନାଁ ଏଥିରେ ଯୋଡ଼ାଗଲା ତେବେ ସୋସିଆଲ ମିଡିଆରେ ଅଡିଓ ଜାରି କରି କୁହାଗଲା ଏଥିରେ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହାପରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଖୋଲା ଲଢ଼େଇ ଆରମ୍ଭ ହୋଇଯାଇଥିଲା ।

ଗୋଦାରା, ଲେରାନ୍ସଙ୍କୁ ଦେଶର ଶତ୍ରୁ କହିବା ସହ ଅଭିଯୋଗ କରିଥିଲେ, ସେ ନିଜ ଭାଇକୁ ବଞ୍ଚାଇବାକୁ ଆମେରିକୀୟ ଏଜେନ୍ସିଙ୍କ ନିଜ ନେଟଓ୍ବକର ସୂଚନା ଦେଇଥିଲେ । ଏହାସହ ଗୋଦାରା ଅଭିଯୋଗ କରିଛନ୍ତି ଲରେନ୍ସ ଏବେ ଅପରାଧୀ ନୁହେଁ କଳାକାରଙ୍କ ଭଳି ପ୍ରସିଦ୍ଧି ପାଇବାକୁ ଚେଷ୍ଟା କରୁଛନ୍ତି । ଯିଏ ନିଜ ଲାଭ ପାଇଁ ସହଯୋଗୀଙ୍କୁ ବି ବିକ୍ରି କରିଦେଉଛି ।

ସଙ୍ଗରିୟାରେ ବ୍ୟବସାୟୀଙ୍କ ହତ୍ୟାକୁ ନେଇ ପୁଣି ବିବାଦ

ସେପ୍ଟେମ୍ବର ୧୨ ତାରିଖରେ ହନୁମାନଗଢ଼ ଜିଲ୍ଲାର ସଙ୍ଗରିୟାରେ ବ୍ୟବସାୟୀ ବିକାଶ ଚୈନଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ସୋସିଆଲ ମିଡିଆରେ ଆରଜୁ ବିଷ୍ଣୋଇ ନାମରେ ପୋଷ୍ଟ ଆସିଲା । ଯେଉଁଥିରେ ଦାବି କରାଯାଇଥିଲା ଏହି ହତ୍ୟା ଲେରେନ୍ସ ଗ୍ୟାଙ୍ଗ କରିଛି । ଏଥିରେ ଏକାଧିକ ଗ୍ୟାଙ୍ଗ ଯେମିତିକି ଗୋଲ୍ଡି ଢିଲ୍ଲୋ, ଅଙ୍କିତ ଭଡୁ, କାଲା ରାଣା, ହାଶିମ ବାବା ଏବଂ ଜିତେନ୍ଦ୍ର ଗୋଗୀଙ୍କୁ ଟ୍ୟାଗ କରାଯାଇଥିଲା । ହେଲେ ରୋହିତ ଓ ଗୋଲ୍ଡି ଗ୍ୟାଙ୍ଗକୁ ଟ୍ୟାଗ କରାଯାଇ ନଥିଲା । ଆଉ ଏହି ପୋଷ୍ଟରର ଏକାମତ୍ର ଲକ୍ଷ୍ୟ ଥିଲା ଭୟ ସୃଷ୍ଟି କରିବା ।

କୁଚାମନରେ ଆକ୍ରମଣ, ଗୋଦାରା ଗ୍ୟାଙ୍ଗର ହାତ

ଅକ୍ଟୋବର ୭ ତାରିଖରେ ନାଗୌରର କୁଚାମନ ସହରରେ ବ୍ୟବସାୟୀ ରମେଶ ରୁଲାନିଆଙ୍କୁ ଜିମ୍ ବାହାରେ ଗୁଳି ମାରି ହତ୍ୟା କରାଗଲା । ଏହାର କିଛି ଘଣ୍ଟା ପରେ ରୋହିତ ଗୋଦାରା ଗ୍ୟାଙ୍ଗ ସଦସ୍ୟ ବିରେନ୍ଦ୍ର ଚରଣ ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ପ୍ରତିଶୋଧ ଥିବା ଲେଖିଥିଲା । କାରଣ ରୁଲାନିଆ ଗ୍ୟାଙ୍ଗର ଅପମାନ କରିଥିଲେ । ସେଥିରେ ଲେଖାଥିଲା ଯିଏ ଆଦେଶ ମାନିବନି, ତାର ଅନ୍ତ ଏମିତି ହେବ ।

ସୀମା ବାହାରେ ନେଟଓ୍ବର୍କ ଓ ନୂଆ ଫଣ୍ଡିଂ

ଦୁଇ ଗ୍ୟାଙ୍ଗ ଏବେ ନିଜ ନେଟଓ୍ବର୍କ ଦେଶ, ବିଦେଶରେ ବିସ୍ତାର କରୁଛନ୍ତି । ଗୋଦାରା ଗ୍ୟାଙ୍ଗର ଇଲାକା ପଶ୍ଚିମ ରାଜସ୍ଥାନ ଓ ଶିଖାବାଟି ପର୍ଯ୍ୟନ୍ତ ବ୍ୟାପିଛି । ସେପଟେ ଲରେନ୍ସ ଗ୍ୟାଙ୍ଗର ଦବଦବା ଜୟପୁର, ଅଲବର, ମେଓ୍ବାତ ଓ ପଞ୍ଜାବ ପର୍ଯ୍ୟନ୍ତ ରହିଛି । ଉଭୟ ଗ୍ୟାଙ୍ଗ ନିଜ ପାଇଁ ଫଣ୍ଡ ଯୋଗାଡ ପାଇଁ ସ୍ଥାନୀୟ ବ୍ୟବସାୟୀ ଏବଂ ବିଲ୍ଡରଙ୍କ ଉପରେ ନଜର ରଖିଥାନ୍ତି । ଦାଦାବଟି, ମୁଣ୍ଡ ଜାମିନ ଓ ହତ୍ୟା ଜରିଆରେ ଏମାନେ ଟଙ୍କା ଆଣିବା ସହ ଆତଙ୍କର ବାତାବରଣ ସୃଷ୍ଟି କରିଥାନ୍ତି ।

ନଜର ପକାନ୍ତୁ