ଦିଲ୍ଲୀ : ଦିଲ୍ଲୀରେ ପୁଣି ଗାତ ବିପତ୍ତି। ଏକ ମ୍ୟାନହୋଲରେ ପଡି ପ୍ରାଣ ହରାଇଛନ୍ତି ଜଣେ ୩୨ ବର୍ଷ ବୟସ୍କ ଯୁବକ। ରୋହିଣୀ ସ୍ଥିତ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲାଗି ନିର୍ଦ୍ଧାରିତ ଏକ ସ୍ଥାନରେ ଥିବା ମ୍ୟାନହୋଲରେ ଏହି ଅଘଟଣ ଘଟିଛି । କିଛି ଦିନ ଭିତରେ ଦିଲ୍ଲୀରେ ଏହା ହେଉଛି ଦ୍ବିତୀୟ ମୃତକ ହେଉଛନ୍ତି ବିହାର ସମସ୍ତିପୁରର ବିର୍ଜୁ କୁମାର ରାୟ । ବିର୍ଜୁ ଓ ବୁଦ୍ଧନ ଦାସ ନାମକ ଦୁଇ ବ୍ୟକ୍ତି ଘରକୁ ଫେରୁଥିବାବେଳେ ବିର୍ଜୁ ଗାତରେ ପଡିଯାଇଥିଲେ । ସେତେବେଳକୁ ମ୍ୟାନହୋଲଟି ଖୋଲା ଥିବାରୁ ଏହି ଅଘଟଣ ଘଟିଥିଲା। ଉଭୟେ ମଦ୍ୟପାନ କରିଥିବା ସୂଚନା ମିଳିଛି।
ତେବେ ଅଘଟଣ ପରେ ବୁଦ୍ଧନ ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇ ନଥିଲା । କାରଣ ସେ ନିଶାରେ ଚୁର୍ ଥିଲା। କିଛି ସମୟ ପରେ ସେ ଅନ୍ୟ ଜଣେ ବ୍ୟକ୍ତି ଅମିର ହୁସେନକୁ ଏ ସମ୍ପର୍କରେ ଜଣାଇବା ପରେ ସେ ପୋଲିସକୁ ଖବର ଦେଇଥିଲା। ପରେ ଡିଡିଏ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଗତ ୫ ତାରିଖରେ କମଲ ଧାୟାନି ନାମକ ଜଣେ ୨୫ ବର୍ଷ ବୟସ୍କ ଯୁବକ ବାଇକରେ ଆସୁଥିବାବେଳେ ଜନକପୁରୀରେ ଏକ ଗାତରେ ଖସିଯାଇ ପ୍ରାଣ ହରାଇଥିଲେ। ଜାନୁଆରୀ ୧୭ରେ ଗ୍ରେଟର ନୋଏଡାରେ ଏକ ଗାତରେ ଖସି ଯୁବରାଜ ମେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

