ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲା: ୫ ଜିଲ୍ଲାରେ ୟୁପି ଏଟିଏସ୍‌ର ଚଢ଼ାଉ

ଲକ୍ଷ୍ଣୌ: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଉତ୍ତର ପ୍ରଦେଶ ଏଟିଏସ୍ ବୁଧବାର ଗୋରଖପୁର, ଖଲିଲାବାଦ ଅଲ୍ଲିଗଡ଼ ସମେତ ବହୁ ଜିଲ୍ଲାରେ ଚଢ଼ାଉ କରିଛି । ଏହା ବ୍ୟତୀତ ୟୁପି ଏଟିଏସର ଏକ ଟିମ୍ ମହାରାଷ୍ଟ୍ରରେ ଚଢ଼ାଉ କରୁଛି । ଏବଂ ଏହି ଚଢ଼ାଉରେ ମହାରାଷ୍ଟ୍ର ଏଟିଏସ୍ ମଧ୍ୟ ସହଯୋଗ କରୁଛି । ତେବେ ଏଯାବତ୍ ଚଢ଼ାଉ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜାନୀନ କରାଯାଇନାହିଁ ।

          ସୂଚନା ମୁତାବକ, ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାରେ ୟୁପି ଏଟିଏସ୍ ଆଜି ବସ୍ତି ଅଲ୍ଲିଗଡ଼ ସମେତ ୫ ଜିଲ୍ଲାରେ ବଡ଼ ଧରଣର ଚଢ଼ାଉ କରୁଛି । ଖଲିଲାବାଦର ମୋତି ନଗରରେ ରହୁଥିବା ଅବଦୁଲ ମନ୍ନାନ ଏବଂ ଦିନେଶ ଗୁପ୍ତାଙ୍କୁ ଏଟିଏସ୍ କାବୁ କରିଛି । ନକଲି ପାସପୋର୍ଟ ମାମଲାରେ ସହର କୋଟବାଲ ମୋହଲ୍ଲା, ମୋତିନଗର ଏବଂ ମୋହିଉଦ୍ଦିନପୁରର ଅବଦୁଲ ମନ୍ନାନ ଏବଂ ଦିନେଶ  ଗୁପ୍ତା ସମେତ ଚାରି ଲୋକଙ୍କୁ ହେପାଜତକୁ ନିଆଯାଇଛି ।

          ଏହା ପୂର୍ବରୁ ୟୁପି ଏଟିଏସ୍ ଗୋରଖପୁର ଗୋଲଘର ସ୍ଥିତ ବଳଦେବ ପ୍ଳାଜାରେ ନଇମ୍ ଆଣ୍ଡ ସନ୍ସ ରେ ତନଖି କରାଯାଇଛି । ଏଟିଏସ୍ ପକ୍ଷରୁ ଦୋକାନ ମାଲିକଙ୍କୁ ପଚରାଉଚରା କରାଯାଇଛି । ୨୦୧୮ ମସିହାରେ ଏଟିଏସ୍ ଏଠାରେ ତନଖି କରିସାରିଛି । ଆଜିର ଚଢ଼ାଉରେ ଗୋରଖପୁରରେ କରାଯାଇଛି କି ନାହିଁ, ସେ ନେଇ ୟୁପି ଏଟିଏସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

          ଏଟିଏସ୍ ୨୦୧୮ ମସିହାରେ ନଇମ୍ ଆଣ୍ଡ ସନ୍ସ ଉପରେ ଚଢ଼ାଉ କରିଥିଲା । ଦେଶ ବିରୋଧୀ ଗତିବିଧିରେ ଲିପ୍ତ ଥିବା ଅଭିଯୋଗରେ ନଇମର ୨ ପୁଅ ନସିମ୍ ଅହମ୍ମଦ ଏବଂ ନଇମ୍ ଅରଶଦକୁ ହେପାଜତକୁ ନିଆଯାଇଥିଲା । ଇତି ମଧ୍ୟରେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ପ୍ରଥମ ସମସ୍ତେ ଭାବୁଥିଲେ ଏହା ଆୟକର ବିଭାଗର ଚଢ଼ାଉ । କିନ୍ତୁ ପରେ ଏହା ଏଟିଏସ୍ ଚଢ଼ାଉ ବୋଲି ଜଣାପଡ଼ିଥିଲା ।

Leave a Reply