ରକେଟ୍ ଆଉ ବମ୍ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ଫୁଟାଇ ପାରିବେ କେବଳ ଏହି ଦୁଇଟି ବାଣ…

1 min read

ପ୍ରତିବର୍ଷ ଦିପାବଳୀରେ ହେଉଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ଏଥର କଡ଼ା ନିୟମ ଆପଣେଇଛନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ରକେଟ୍ ଏବଂ ବମ୍ ଫୁଟାଇବାରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ଚଳିତ ବର୍ଷ କେବଳ ଇକୋ- ଫ୍ରେଣ୍ଡଲି ବାଣ ଫୁଟାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମ କୋର୍ଟ । ଏଥି ମଧ୍ୟରେ କୁମ୍ପି, ଝିରଝିରି ସାମିଲ ରହିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ପ୍ରେସ କନଫରେନ୍ସ ଜରିଆରେ ଦିଲ୍ଲୀ ଏବଂ ଏନସିଆର ସହରରେ ରହୁଥିବା ଲୋକଙ୍କୁ ଇକୋ- ଫ୍ରେଣ୍ଡଲି ବାଣ ଫୁଟାଇବା ପାଇଁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ପ୍ରଦୂଷଣର ମାତ୍ରାକୁ କମ୍ କରିବା ପାଇଁ ଆମେ ସହରବାସୀଙ୍କ ସହାୟତା ଲୋଡୁଛୁ । ତେଣୁ କେବଳ କୁମ୍ପୀ ଓ ଝୁରଝୁରୀକୁ ଅନୁମତି ଦେଇଛନ୍ତି କୋର୍ଟ ।

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.