ମହଙ୍ଗା ପଡ଼ିଲା ସୁନା ଚେନ୍ ଲୁଟିବା; ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ଭୁବନେଶ୍ୱର: ପଡ଼ିଲା ମହଙ୍ଗା ମହିଳାଙ୍କ ଠାରୁ ସୁନା ଚେନ ଲୁଟ କରିବା । ଭୁବନେଶ୍ବରର ନାଲକୋ ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ କରି ନିର୍ଦ୍ଧୁମ ଛେଚା ଖାଇଛି ଲୁଟେରା ।

ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ସ୍ପୋର୍ଟସ ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ କିଛି ଲୁଟେରା । ତେବେ ଲୁଟ ବେଳେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ । ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ଲୁଟେରାକୁ ହେପାଜତକୁ ନେବା ସହ ତଦନ୍ତ ଚଳାଇଛି।

Leave a Reply