ଚାଲିଛି ‘ୟାସ୍’ କ୍ଷୟକ୍ଷତି ଆକଳନ, ଗୁରୁବାର ସକାଳେ ଜଣାପଡ଼ିବ ବିଦ୍ୟୁତ୍ କ୍ଷୟକ୍ଷତି: SRC

Road Will Repair Within Two Days Assured SRC Cyclone YaasRoad Will Repair Within Two Days Assured SRC Cyclone Yaas

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ପରିଚାଳନା ନେଇ ସୂଚନା ଦେଇଛନ୍ତି ଏସଆରସି । ବିଦ୍ୟୁତ୍ ନଥିବା ସ୍ଥାନରେ ଜେନେରେଟର ସେଟ୍ ସହ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ଓ ସହରାଞ୍ଚଳରେ ଜଳ ଯୋଗାଣ ଜାରି ରହିଛି । ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଅଧିକାଂଶ ରାସ୍ତା ଅବରୋଧ ହଟାଇ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଆଜି ରାତିରେ କ୍ଷୟକ୍ଷତି ହୋଇପାରେ । ସକାଳେ କ୍ଷୟକ୍ଷତି ଆକଳନ କରାଯିବ ।

Road Will Repair Within Two Days Assured SRC Cyclone YaasRoad Will Repair Within Two Days Assured SRC Cyclone Yaas

ପାଣି ଜମିଥିବା ସ୍ଥାନରେ ରାସ୍ତା କଟା ଯାଇଛି । ଦିନେ ଦୁଇଦିନ ଭିତରେ ସେସବୁ ରାସ୍ତା ମରାମତି କରାଯିବ । ଶିମିଳିପାଳରେ ଅଧିକ ବର୍ଷା ହୋଇଥିଲେ ବି ବନ୍ୟା ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାର ସ୍ଥିତି ନେଇ ପଚାରି ବୁଝିଛନ୍ତି । କାଲି ସକାଳ ସୁଦ୍ଧା ବିଦ୍ୟୁତ୍ ସେବା କେତେ କ୍ଷତିଗ୍ରସ୍ତ ହୋଇଛି ଜଣାପଡ଼ିଯିବ । ବାତ୍ୟା ସମୟରେ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟାରେ ଜଳବନ୍ଦୀ ୧୨୮ ଗାଁକୁ ୭ ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ୍

ପ୍ରାଥମିକ କ୍ଷୟକ୍ଷତି ଆକଳନ ପାଇଁ ୪୮ରୁ ୭୨ ଘଣ୍ଟା ଆବଶ୍ୟକ । ସମୁଦ୍ର ଜୁଆର ଆସିବା ଫଳରେ କିଛି ସ୍ଥାନରେ ବନ୍ଧ ନଷ୍ଟ ହୋଇଛି । ଜଳ ସମ୍ପଦ ବିଭାଗର ଅଧିକାରୀ କ୍ଷୟକ୍ଷତି ଆକଳନ କରୁଛନ୍ତି । ଡ୍ରିଙ୍କିଂ ୱାଟର ପଏଣ୍ଟରେ କିଛି ଅସୁବିଧା ହୋଇନାହିଁ, ବିଦ୍ୟୁତ୍ ଆସିଲେ କାର୍ଯ୍ୟକ୍ଷମ ହେବ । ଭଦ୍ରକ ଜିଲ୍ଲାରେ ପ୍ରାୟ ୪୪ଟି ଗାଁ, ବାଲେଶ୍ୱର ଜିଲ୍ଲାର ପାଖାପାଖି ୮୪ଟି ଗାଁରେ ଏମିତି ୧୨୦ଟି ଗାଁରେ ସମୁଦ୍ର ପାଣି ପଶିଛି । ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି ।

Road Will Repair Within Two Days Assured SRC Cyclone YaasRoad Will Repair Within Two Days Assured SRC Cyclone Yaas

ବାଲେଶ୍ୱରରେ ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଜଣେ ବ୍ୟକ୍ତି ଘର କେମିତି ଅଛି ଦେଖିବାକୁ ଯାଇ ଫେରି ଆସିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରେ ଗଛ ପଡ଼ି ଜଣେ ପୂଜକଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ରିପୋର୍ଟ ଆସିନାହିଁ । ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ସବୁ ଜିଲ୍ଲାରେ ପଲିଥିନ୍ ଗଚ୍ଛିତ ଅଛି, ଯୋଗାଇ ଦିଆଯିବ ।

Leave a Reply