ବନ୍ଧାହେଲେ ରୋଡ ରୋମିଓ

1 min read

ବନ୍ଧାହେଲେ ରୋଡ ରୋମିଓ  । ରାସ୍ତା ମଝିରେ ଅଭିନେତ୍ରୀ ଙ୍କୁ ରାତି ଅଧରେ  ଅଶୀଳ୍ଲ ଭାଷାରେ ଗାଲିଗୁଲଜ କରି ଆକ୍ରମଣ କରିଥିବା ଘଟଣା । ରାତିରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆାଇଥିଲେ । ଅଭିଯୁକ୍ତ ଦୁଇ ଜଣଙ୍କୁ ନୟାପଲୀ ଥାନା ପୋଲିସ ଗିରଫ କରିଛି ।  ଦୁଇ ବଦମାସ ହେଲେ ବିଶ୍ୱବିକାଶ ଗୁରୁ ଓ ସମ୍ବିତ କୁମାର ଦାସ । ବିଶ୍ୱବିକାଶର ଘର ସୁନ୍ଦରଗଡ ହୋଇଥିବା ବେଳେ ସମ୍ବିତ ର ଘର ଆମ୍ବପୁଆ ଗଞ୍ଜାମ । ଗତ ବୁଧବାର ଅଭିନେତ୍ରୀ ଜଣଙ୍କ ଖୋର୍ଦ୍ଦା ରୁ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଦୁଇ ବଦମାସ ନିଶା ସେବନ କରି ଅଶୀଳ୍ଲ ଭାଷାରେ ଗାଲିଗୁଲଜ କରିଥିଲେ  । ଅଭିନେତ୍ରୀଙ୍କ କାର ସାମ୍ନାରେ ମଟର ସାଇକେଲକୁ ରାସ୍ତାର ଏପଟ ସେପଟ କରି ଚଲାଇଥିଲେ  । ଖାଲି ସେତିକି ନୁହେଁ ମଦ ବୋତଲ ରେ ନିଆଁ ଲଗାଇ ଅଭିନେତ୍ରୀ ଙ୍କ ଗାଡି ଉପରକୁ ଫିଙ୍ଗବାକୁ ଧମକ ମଧ୍ୟ ଦେଇଥିଲେ  । ଏପରିକି ଆଗକୁ ଯିବାକୁ ଛାଡିନଥିଲେ ଅଭିନେତ୍ରୀ ଜଣଙ୍କୁ । ପରେ ବାଧ୍ୟ ହୋଇ ଅଭିନେତ୍ରୀ ଜଣକ ୧୦୦ କୁ ଫୋନ ଲଗାଇ ପିସିଆାର ଭ୍ୟାନକୁ ଡାକିଥିଲେ । ତେବେ ଏନେଇ ନୟାପଲି ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା  । ଯାହାକୁ ଆଧାର କରି ପୋଲିସ ସେହି ଦୁଇଜଣ ରୋଡ ରୋମିଓଙ୍କୁ ଗିରଫ କରିଛି  । ')}

Leave a Reply