ଗଜପତି ଜିଲ୍ଲାରେ ରହିବନି ରାସ୍ତାଘାଟ ସମସ୍ୟା
1 min read
ଗଜପତି : ଗଜପତି ଜିଲ୍ଲାରେ ରହିବନି ଆଉ ରାସ୍ତାଘାଟ ସମସ୍ୟା । ମୋହନା, ଆର. ଉଦୟଗିରି ଏବଂ ନୂଆଗଡ଼ ବ୍ଲକରେ ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ୯୬କୋଟି ରୁ ଅଧିକ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିମଧ୍ୟରୁ ବିଜୁ ସେତୁ ଯୋଜନା ରେ ୯ଟି ପୋଲ ନିର୍ମାଣ ହେଵପାଇଁ ଥିବାବେଳେ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬ଟି ରାସ୍ତା ନିର୍ମାଣ ହେବ l ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ମାନେ ସମସ୍ୟା ଜଣାଇଥିଲେ l ଅଭିଯୋଗ କୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ନିର୍ମାଣ କାର୍ଯ୍ୟ ପାଇଁ ଟଙ୍କା ଅନୁମୋଦନ କରିଛନ୍ତି l
ଅତିଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ବିକାଶ କାର୍ଯ୍ୟ ଆଗକୁ ନେବାରେ ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଗଜପତି ଜ଼ିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ସମେତ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।