ପୋଲ ତିଆରି ନାମରେ ବିଲ୍‌, ମିଛିମିଛିକା ମରାମତି ହେଲା କିନ୍ତୁ…

1 min read

ଜଳେଶ୍ୱର: ମଝି ରାସ୍ତାରେ ବିରାଟ ଖାଲ । ଯାତାୟାତ ସମୟରେ ଦବିଗଲା ରାସ୍ତା । ବାଲିଆପାଳ -ଗାନ୍ଧୀଛକ ମୁଖ୍ୟ ରାସ୍ତାରେ ଘଟିଛି ଏଭଳି ଘଟଣା । ବାଲେଶ୍ଵର ଜିଲ୍ଲା ଗାନ୍ଧୀଛକରୁ ବାଲିଆପାଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଘଣ୍ଟିଆଡି ଠାରେ  ୧୦ ଫୁଟ ର ଖାଲ ସୃଷ୍ଟି  ହୋଇଛି ।  ଯାହାଫଳରେ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି ।

ରାସ୍ତା ଦବିଯିବା ପରେ ଏକ ଡ୍ରୋଜର ଦ୍ୱାରା ଦବିଯାଇଥିବା ଅଂଶକୁ ମରାମତି କରାଯାଉଛି । ତେବେ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଯୋଗାଯୋଗ କରିବାରୁ ଏହା ଦୀର୍ଘ ୬୦ ବର୍ଷର ପୁରୁଣା ଭୂତଳ ପୋଲ ହୋଇଥିବା ରୁ ତାହା ଦୁର୍ବଳ ହୋଇ ଭାଙ୍ଗି ପଡ଼ିଥିବା କହିଛନ୍ତି ।

ସୂଚନା ଅନୁଯାୟୀ, ଗାଁ ଲୋକଙ୍କର କହିବା କଥା । ଏହି ପୋଲିଟି ହେଉଛି ବହୁ ପୁରୁଣା । ବହୁବାର ଅଭିଯୋଗ ପରେ ନୂଆ ବିଲ୍‌ କରାଯାଇ ଏହି ରାସ୍ତା କାମ କରାଯାଇଥିଲା । କିନ୍ତୁ ପୋଲକୁ ନୂଆ ତିଆରି ନକରି ତାକୁ ଯାହିତାହି ମରାମତି କରି ଛାଡ଼ି ଦିଆ ଯାଇଥିଲା ।

ଯାହାଫଳରେ ପୋଲଟି ଆଜି ଭୁଷୁଡ଼ି ପଡ଼ିଛି । ସେପଟେ ରାସ୍ତା କାମ ବୁହୁ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ତେବେ ଯାତାୟାତ ସ୍ଵାଭାବିକ କରିବା ପାଇଁ  ବାଲିବୁରା ପକାଇ ଖାଲକୁ ବନ୍ଦ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି

Leave a Reply