ଲକଡାଉନ୍ ପରେ ୬୪ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ

1 min read

ଭୁବନେଶ୍ୱର: ରାଜ୍ୟରେ ଗତ ସେପ୍ଟେମ୍ବର ମାସରେ ୨୭ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ସେପଟେ ଖୋର୍ଦ୍ଧା ଜିଲ୍ଲାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ୨୦ଟି ବ୍ଲାକ୍‌ ସ୍ପଟ୍‌ ଓ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତିବର୍ଷ ଦୁର୍ଘଟଣା ୧୦ ପ୍ରତିଶତ କମାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ସଂସଦୀୟ କମିଟି ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଏହାସହ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।

Road Accidental Death Increased By 64 Percentage After Lockdown

ସେପ୍ଟେମ୍ବରରୁ ଅକ୍ଟୋବର । ରାଜ୍ୟରେ ମାସକରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବଢ଼ିଛି । ଯାହାକି ଚିନ୍ତାର ବିଷୟ । ସଡ଼କ ସୁରକ୍ଷା ସମ୍ପର୍କିତ ସଂସଦୀୟ କମିଟିର ପ୍ରଥମ ବୈଠକରେ ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଲକ୍‌ଡାଉନ୍‌ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା ମୃତ୍ୟୁ କମିଥିଲା ବେଳେ ହଠାତ୍ ବୃଦ୍ଧି ପାଇଥିବାରୁ ପୋଲିସ, ପରିବହନ ବିଭାଗ ଓ କମିଟି କର୍ମକର୍ତ୍ତାଙ୍କୁ ଚିନ୍ତାରେ ପକାଇଛି । ସତର୍କତା ଓ ସଚେତନତା ସତ୍ତ୍ବେ କାହିଁକି ଦୁର୍ଘଟଣା ବଢ଼ିଲା, ସେନେଇ ଆଲୋଚନା ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ମୃତ୍ୟୁ ୧୦ପ୍ରତିଶତ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି ।

Road Accidental Death Increased By 64 Percentage After Lockdown

ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକ୍ ସ୍ପଟ ବା ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି । ଏସବୁ ହେଲା- ପିତାପଲ୍ଲୀ, ପାହାଳ, ଆଚାର୍ଯ୍ୟ ବିହାର, ସତ୍‌ସଂଘ ବିହାର, ହଂସପାଳ ଛକ,ଏଜିଛକରୁ ରାଜଭବନ ଛକ,ରାମମନ୍ଦିର ଛକରୁ ମାଷ୍ଚର କ୍ୟାଣ୍ଟିନ, କଳିଙ୍ଗବିହାର ଛକ,ତମାଣ୍ଡୋ ଆଦି ସ୍ଥାନ । ଏସବୁ ସ୍ଥାନରେ ଦୁର୍ଘଟଣା ରୋକିବାକୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ପରିବହନ ଅଧିକାରୀ କହିଛନ୍ତି ।

Road Accidental Death Increased By 64 Percentage After Lockdown

ସଡ଼କ ଦୁର୍ଘଟଣା ରୋକିବା ପାଇଁ ଚଳିତବର୍ଷ ଏକମାସ ଧରି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ହେଉଥିବାରୁ ୧୦କୋଟି ଟଙ୍କାରେ ପାଣିକୋଇଲିଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଉଛି ।

Leave a Reply