କାର୍ ସହ ମୋଟର ସାଇକେଲ୍ର ମୁହାଁମୁହିଁ ଧକ୍କା: ୨ ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ମଳିନଥିବା ବେଳେ ବାଇକଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଆହାତଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମୋରଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାରିପଦାରୁ ବାଲେଶ୍ଵର ଅଭିମୁଖେ କାରଟି ଯାଉଥିବା ସମୟରେ ଝିଙ୍କିରିଆ ବାଙ୍କ ନିକଟରେ ଏକ ବାଇକ ସହିତ ଧକ୍କା ହୋଇଥିଲା ।