ପ୍ରବାସୀ ଫେରୁଥିବା ଟ୍ରକ୍ ସହ ଟ୍ରକ୍ ଧକ୍କା, ୨୩ ଶ୍ରମିକ ମୃତ

ଲକ୍ଷ୍ନୌ: ଲକଡାଉନ୍ ପାଇଁ କାମଧନ୍ଦା ବନ୍ଦ ଥିବାରୁ ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ହେଲେ, ନିୟତି ପିଛା ଛାଡ଼ୁନି । କେତେବେଳେ ଟ୍ରେନ୍ ଟ୍ରାକରେ ଶ୍ରମିକଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଦୁର୍ଘଟଣାରେ । ରାଜସ୍ଥାନରୁ ଘରକୁ ଫେରୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଉତ୍ତରପ୍ରଦେଶର ଔରିୟା ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୨୩ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଔରିୟା ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଟ୍ରକରେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରମିକ ରାଜସ୍ଥାନରୁ ଫେରୁଥିଲେ । ସେମାନଙ୍କ ଟ୍ରକ୍ ସହ ଅନ୍ୟ ଏକ ଟ୍ରକ୍ ଧକ୍କା ହୋଇଥିଲା ।

Leave a Reply