ତାମିଲନାଡୁ: ତାମିଲନାଡ଼ୁରେ ବଡ଼ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଯାତ୍ରୀ ଆହତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତାମିଲନାଡ଼ୁର ଅବିନାଶୀରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ବେଙ୍ଗାଲୁରୁରୁ କୋଚ୍ଚି ଯାଉଥିବା ସମୟରେ ଟ୍ରକକୁ ଧକ୍କା ଦେଇଥିଲା KSRTC ବସ୍ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ଟିର ଆଗ ଭାଗ ପୂରା ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ହିଁ ୨୦ ଜଣଙ୍କର ଜୀବନ ଚାଲିଯାଇଥିଲା । ବସ୍ରେ ମୋଟ୍ ୪୮ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ସମୟରେ ବସରେ ଯାତ୍ରୀ ମାନେ ଶୋଇଥିଲେ । ଭୋର ପ୍ରାୟ ୪ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା।

