ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ଜଣଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କୁଡ୍ଡାଲୋର ଜିଲ୍ଲାର ୱେୟପୁର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକାସାଙ୍ଗରେ ୬ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୨ଟି ଘରୋଇ ବସ୍, ୨ଟି ଟ୍ରକ ଏବଂ ୨ଟି କାର୍ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ କାର୍ ଭିତରେ ଥିବା ମୃତକଙ୍କ ଭିତରୁ ୨ ଜଣ ମହିଳା ଏବଂ ୨ ଜଣ ଶିଶୁ ରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବେପୁର ସରକାରୀ ହସ୍ପିଟାଲକୁ ପଠାଇଛି । ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି। ସେପଟେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଜାନବାହାନ ଯାତାୟତ ବାଧାପ୍ରାପ୍ତ ହୋଇଛି ।