ବାଲେଶ୍ୱର ଜିଲ୍ଲା ସୋର ନିକଟରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩ ମୃତ, ୫ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଶେରଗଡ ପେଟ୍ରୋଲ ପମ୍ପ ନିକଟରେ  ଯାତ୍ରୀବାହୀ ଭ୍ୟାନ୍‌ଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ଭ୍ୟାନରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ତ୍ରିନାଥ ଦାସ, ବାପି ମିଶ୍ର ଏବଂ ଗଙ୍ଗାଧର ଦାସ । ଭ୍ୟାନରେ ମୋଟ୍‌ ୨୦ ଜଣ ଯାତ୍ରୀ ଥିବା ସୂଚନା ମିଳଛି । ପୁରୀ ବାଲିସାହିର ଯାତ୍ରୀମାନେ ଦେବକୁଣ୍ଡ ଅଭିମୁଖେ ଯାଉଥିଲେ ।

Leave a Reply