୩୨୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା କାର୍

ମାଲକାନଗିରି: କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ସହ କାର୍ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ବାଇକ୍ ଆରୋହୀ ହେଲେ ଗମ୍ପାକୋଣ୍ଡା ପଞ୍ଚାୟତ ଇରାଗଣ୍ଡା ଗ୍ରାମର ଗଙ୍ଗା କବାସୀ ଓ ଲଚ୍ଛା ମାଢି । ବାଇକରେ କାଲିମେଳାରୁ ମାଲକାନଗିରି ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ମୃତକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।