ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ବାଇକ; ଜଣେ ମୃତ, ଦୁଇ ଗୁରୁତର

କନ୍ଧମାଳ: ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟିରେ ପିଟିହେଲା ବାଇକ । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡାବୁଲକିଆ ଗାଁର ତ୍ରିନାଥ ମଲ୍ଲିକ, ବାପି ମଲ୍ଲିକ ଏବଂ ସାମନ୍ତ ମଲ୍ଲିକ ଘରୋଇ ସାମଗ୍ରୀ କିଣିବାକୁ ଯାଉଥିଲେ । ଗୋପାଳପୁର ରାୟପୁର ୫୯ ନମ୍ୱର ଜାତୀୟ ରାଜପଥ ବାଟାଗୁଡ଼ା ଗାଁ ପୂର୍ବରୁ ସେମାନଙ୍କ ବାଇକ ଏକ ଇଲେକ୍ଟ୍ରି ଖୁଣ୍ଟିରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ବାଇକ ଚାଳକ ତ୍ରିନାଥ ମଲ୍ଲିକଙ୍କ ଘଟିଥିବା ବେଳେ ଦୁଇ ବାଇକ ଆରୋହୀ ବାପି ଓ ସାମନ୍ତ ଗୁରୁତର ହୋଇଛନ୍ତି । ଅଞ୍ଚଳବାସୀ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।