ଟ୍ରକ-କାର୍ ମଧ୍ୟରେ ଧକ୍କା, ଗୋଟିଏ ପରିବାରର ୭ ମୃତ

1 min read

ଜୋନାପୁର: ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ କାର୍ ମଧ୍ୟରେ ଧକ୍କା, ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଛୋଟ ଛୁଆ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଦୁର୍ଘଟଣା କିଭଳି ହେଲା ସେ ନେଇ ଯାଞ୍ଚ କରୁଛି ପୋଲିସ । ଜୋନପୁର-ଅଜମଗଡ଼ ହାଇଓ୍ବେ କେରାକତ ଠାରେ ଏହି ଦୁର୍ଘଟଣା ଘଟିଛି । ସାମ୍ନା ପଟୁ ଦ୍ରୁତଗତିରେ ଟ୍ରକ ଆସି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଉଭୟ କାର୍ ଓ ଟ୍ରକ୍ ଭାଙ୍ଗି ଚୂରମାର ହୋଇଯାଇଛି । ବିହାରର ସୀତାମଣ୍ଡୀରୁ ପ୍ରୟାଗରାଜ ଝିଅ ଦେଖିବାକୁ ଗୋଟିଏ ପରିବାରର ୯ ଜଣ ସଦସ୍ୟ କାରରେ ଯାଉଥିଲେ ।