ଯାଜପୁର ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ଜଣେ ମୃତ, ୪ ଗୁରୁତର। ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ରଥିଆ ନିକଟରେ ଦୁର୍ଘଟଣା। ପ୍ରଥମେ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରଲରକୁ ପଛ ପଟୁ ଆଇଚର ଗାଡ଼ି ଧକ୍କା ଦେଇଥିଲା। ପରେ ଆଇଚର ପଛ ପଟେ ପିଟି ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା ପିକଅପ୍‌ ଭ୍ୟାନ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଆହତଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।