ସିଆରପି ଓଭରବ୍ରିଜ୍ ଉପରେ ୩ଟି ଟ୍ରକ ପଛକୁ ପଛ ଧକ୍କା

ଭୁବନେଶ୍ୱର: ରାଜଧାନୀରେ ସଡ଼କ ଦୁର୍ଘଟଣା । ସିଆରପି ଓଭରବ୍ରିଜ୍ ଉପରେ ଭୋରରୁ ୩ଟି ଟ୍ରକ ପଛକୁ ପଛ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ପଛ ଟ୍ରକର ଡ୍ରାଇଭରର ଗୋଡ଼ ଚାପିହୋଇଥିବାରୁ ଫସିରହିଥିଲେ । ଦୀର୍ଘ ସମୟ ପରେ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଉଦ୍ଧାର କରିଛନ୍ତି । ରାସ୍ତା ଉପରେ ଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କ୍ରେନ୍ ସାହାର୍ଯ୍ୟରେ ଉଠାଯାଉଛି ।

ଆଜି ଭୋର ସମୟରେ ଗୋଟିଏ ଟ୍ରକ ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିଲା । ପରେ ସକାଳ ୬ଟା ବେଳେ ଆଉ ଏକ ଟ୍ରକ୍ ଆସି ସେହି ଟ୍ରକରେ ଧକ୍କା ହୋଇଥିଲ । ଦୁଇଟି ଟ୍ରକ ଧକ୍କା ହୋଇ ରାସ୍ତାରେ ପଡ଼ିଥିବାବେଳେ ଆଉ ଏକ ଟ୍ରକ ଆସି ଦୁଇଟି ଟ୍ରକରେ ବାଡେଇ ହୋଇଥିଲା । ଏଥିପାଇଁ ଦୀର୍ଘ ସମୟ ଧରି ୧୬ ନଂ ଜାତୀୟ ରାଜପଥ ଜାମ ହୋଇ ରହିଥିଲା । ତୁରନ୍ତ ଅଗ୍ନିଶମ ବିଭାଗର ୩ଟି ଟିମ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଗୁଡ଼ିକୁ କ୍ରେନ ଜରିଆରେ ଉଠା ଯାଉଛି ।

Leave a Reply